ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଆକ୍ରମଣ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆଜି ଜଣେ ବ୍ୟକ୍ତି ଆକ୍ରମଣ କରିଛି। ଆକ୍ରମଣକାରୀକୁ ଦିଲ୍ଲୀ ପୁଲିସ ଗିରଫ କରିଛି ଏବଂ ଏହି ମାମଲାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ସିଭିଲ୍‌ ଲାଇନ୍ସରେ...

Untitled-7

ନୂଆଦିଲ୍ଲୀ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଉପରେ ଆଜି ଜଣେ ବ୍ୟକ୍ତି ଆକ୍ରମଣ କରିଛି। ଆକ୍ରମଣକାରୀକୁ ଦିଲ୍ଲୀ ପୁଲିସ ଗିରଫ କରିଛି ଏବଂ ଏହି ମାମଲାରେ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ସିଭିଲ୍‌ ଲାଇନ୍ସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆଜି ଜନଶୁଣାଣି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ରେଖାଙ୍କ ଉପରେ ଆକ୍ରମଣ କରିଥିଲା।  ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ଏବଂ ତା’ ନାଁ ସକାରିଆ ରାଜେଶଭାଇ ଖିମ୍‌ଜିଭାଇ। ସେ ଗୁଜରାଟ ରାଜକୋଟର ବୋଲି ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଅଭିଯୁକ୍ତ ଘଟଣାସ୍ଥଳରେ କିଛି କାଗଜପତ୍ର ଧରି ପହଞ୍ଚିବାପରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇଥିଲା ଏବଂ ତାଙ୍କ ଉପରେ ଆକ୍ରମଣ କରିଥିଲା।  ପ୍ରଥମେ ଜଣାପଡ଼ିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୁକ୍ତ ଚାପୁଡ଼ା ମାରିଥିଲା ଏବଂ ଠେଲି ତଳେ ପକାଇ ଦେବାକୁ ଚେଷ୍ଟା କରିଥିଲା। କିନ୍ତୁ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କେବଳ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ପ୍ରୟାସ ହୋଇଥିବା ସେ କହିଛନ୍ତି। 

ମୁଖ୍ୟମନ୍ତ୍ରୀ ରେଖା ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି କହିଛନ୍ତି, ଆଜି ସକାଳେ ଜନଶୁଣାଣି ସମୟରେ ମୋ ଉପରେ ହୋଇଥିବା ଆକ୍ରମଣ କେବଳ ଏକ ଆକ୍ରମଣ ନୁହେଁ ବରଂ ଦିଲ୍ଲୀପାଇଁ ସେବା ଏବଂ ଦିଲ୍ଲୀର ଲୋକଙ୍କ କଲ୍ୟାଣ ପାଇଁ କାମ କରିବା ନେଇ ଆମର ସଂକଳ୍ପ ବିରୋଧରେ ଏକ ଭୀରୁତାପୂର୍ଣ୍ଣ ଉଦ୍ୟମ।  ସ୍ବାଭାବିକ ଭାବେ ଆକ୍ରମଣ ପ‌ରେ ମୁଁ ସ୍ତବ୍ଧ ହୋଇଯାଇଥିଲି। କିନ୍ତୁ ଏବେ ମୋତେ ଭଲ ଲାଗୁଛି ବୋଲି ସେ କହିଛନ୍ତି। ଏହି ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତର ସମ୍ପର୍କୀୟମାନେ ଜେଲ୍‌ରେ ଅଛନ୍ତି ଏବଂ  ସେ ସେମାନଙ୍କୁ ମୁକ୍ତ କରିବାପାଇଁ ଏକ ଆବେଦନ ସହ ଆସିଥିଲା।  ଏହି ମାମଲା ପୂର୍ବରୁ କୋର୍ଟରେ ବିଚାରାଧୀନ ରହିଛି।  ମିଳିଥିବା ସୂଚନାନୁଯାୟୀ ରାଜକୋଟ ପୁଲିସ, ଅଭିଯୁକ୍ତର ମା’ଙ୍କୁ‌ ଜେରା ପାଇଁ ଥାନାକୁ  ନେଇଥିଲା। କିନ୍ତୁ ପୁଅ ଦିଲ୍ଲୀ ଯାଇଥିବା ନେଇ ସେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି। ତେବେ ତାଙ୍କ ପୁଅଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ଆପ୍‌ ବିଧାୟକମାନେ ଦିଲ୍ଲୀ ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାକୁ ଏକ ଡ୍ରାମା କହିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ପ୍ରମୁଖ ପ୍ରସଙ୍ଗକୁ ଏଡ଼ାଇବା ପାଇଁ ଜାଣିଶୁଣି ଏସବୁ କରିଛନ୍ତି ବୋଲି ଆପ୍‌ ବିଧାୟକ ଅନିଲ ଝା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe