୧୯ କିମ୍ବା ୨୦ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ

ଏଥର ଦିଲ୍ଳୀରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆସନ୍ତା ‌୧୯ କିମ୍ବା ୨୦ ତାରିଖରେ ଦିଲ୍ଳୀରେ ବିଜେପି ସରକାର ଗଠନ କରିବ ବୋଲି ଶୁଣିବାକୁ ମିଳୁଛି।

BJP

ନୂଆଦିଲ୍ଲୀ: ଏଥର ଦିଲ୍ଳୀରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (ବିଜେପି)। ଆସନ୍ତା ‌୧୯ କିମ୍ବା ୨୦ ତାରିଖରେ ଦିଲ୍ଳୀରେ ବିଜେପି ସରକାର ଗଠନ କରିବ ବୋଲି ଶୁଣିବାକୁ ମିଳୁଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ୧୯ କିମ୍ବା ୨୦ ତାରିଖରେ ଅନୁ‌ଷ୍ଠିତ ହେବାର ସମ୍ଭାବନା ରହିଛି। 

ସେହିପରି ବିଧାୟକ ଦଳର ବୈଠକ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ହୋଇପାରେ। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ପହଞ୍ଚିବା ପରେ ଦିଲ୍ଲୀରେ ସରକାର ଗଠନ ପାଇଁ ପ୍ରୟାସ ଜୋରଦାର ହେବ ବୋଲି ସୂଚନା ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ଗୁରୁତ୍ବପୂର୍ଣ୍ଣ ଦୁଇ ଦିନିଆ ଆମେରିକା ଗସ୍ତ ଗତକାଲିଠାରୁ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ୱାସିଂଟନ୍‌ରେ ଭବ୍ୟ ସ୍ବାଗତ କରାଯାଇଛି।  ମୋଦୀ ଆମେରିକାରେ ପହଞ୍ଚିବା ପରେ ପ୍ରଥମେ ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଶପଥ ଗ୍ରହଣ କରିଥିବା ତୁଳସୀ ଗବାର୍ଡଙ୍କୁ ଭେଟିଥିଲେ।

ଗୁରୁବାର ଦିନ ଆମେରିକାରେ ଯାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଟ୍ରମ୍ପ୍‌ଙ୍କୁ ଭେଟିଥିବା ବେଳେ ଟ୍ରମ୍ପ୍‌ ତାଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି। ପୁସ୍ତକରେ ମୋଦୀ ଓ ଟ୍ରମ୍ପ୍‌ଙ୍କର ଅନେକ ଫଟୋ ରହିଛି। ପୁସ୍ତକରେ ଟ୍ରମ୍ପ୍‌ ଦସ୍ତଖତ କରିବା ସହ ‘ମିଷ୍ଟର୍‌ ପ୍ରାଇମ୍‌ ମିନିଷ୍ଟର୍‌ ୟୁ ଆର୍‌ ଗ୍ରେଟ୍‌’ ବୋଲି ଲେଖିଛନ୍ତି। ପୁସ୍ତକର ନାମ ହେଉଛି ‘ଆୱାର୍‌ ଜର୍ଣ୍ଣି ଟୁଗେଦର୍‌’। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe