newindianexpress
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର କହିଛନ୍ତି ଯେ, କରୋନାଭାଇରସ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଯଦି କୌଣସି ସ୍ୱାସ୍ଥ୍ୟସେବା କର୍ମଚାରୀ ମୃତ୍ୟୁ ବରଣ କରୁଛନ୍ତି, ତେବେ ସେମାନଙ୍କ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ୧ କୋଟି ଟଙ୍କାର କ୍ଷତିପୂରଣ ରାଶି ଦିଆଯିବ ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି: "କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ସମୟରେ ଯଦି କୌଣସି ଡାକ୍ତର, ନର୍ସ, ଡାକ୍ତରଖାନାର ପରିମଳ କର୍ମଚାରୀ, ଲ୍ୟାବ ଟେକ୍ନିସିଆନ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରନ୍ତି, ତେବେ ଦିଲ୍ଲୀ ସରକାର ସେମାନଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିବେ" ।
India Todayମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, ସହରରେ ମୋଟ ୬୦ଟି ସାନିଟାଇଜେସନ୍ ମେସିନ୍ ନିୟୋଜିତ କରାଯାଇଛି ଏବଂ ଅଧିକାଂଶ ସ୍ଥାନ ସାନିଟାଇଜ୍ ହୋଇସାରିଛି। ଏହା ସହ କଣ୍ଟେଣ୍ଟମେଣ୍ଟ ଜୋନରେ ରହୁଥିଲେ ସାମାଜିକ ଦୂରତା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ତାଙ୍କ କହିବା ମୁତାବକ, "ସହରରେ ୭୧ଟି କଣ୍ଟେଣ୍ଟମେଣ୍ଟ ଜୋନ୍ ଅଛି। ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ନିଜ ନିଜ ଘରେ ରୁହନ୍ତୁ ଏବଂ ପଡୋଶୀଙ୍କ ଘରକୁ ଯାଆନ୍ତୁ ନାହିଁ।"
Follow Us