ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ କେଜ୍ରିୱାଲଙ୍କ ବୟାନ; ସରକାର ନୂଆ, ଆମେ ସମାଧାନ ପାଇଁ ପ୍ରୟାସ କରୁଛୁ

ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ କେଜ୍ରିୱାଲଙ୍କ ବୟାନ; ସରକାର ନୂଆ, ଆମେ ସମାଧାନ ପାଇଁ ପ୍ରୟାସ କରୁଛୁ

economictimes

ନୂଆଦିଲ୍ଲୀ: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହେବାର ୬ଦିନ ବିତିଯାଇଛି, ହେଲେ ଏପର୍ଯ୍ୟନ୍ତ ପୁଲିସ ହତ୍ୟାକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ। ଦିଲ୍ଲୀ, ଉତ୍ତରପ୍ରଦେଶ ସମେତ ୬ଟି ରାଜ୍ୟରେ ଖୋଜାଖୋଜି କରିଥିବା ପଞ୍ଜାବ ପୁଲିସ ହାତରେ ଏବେ କିଛି ବି ଲାଗିପାରିନାହିଁ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ସୁରକ୍ଷା ପ୍ରତ୍ୟାହାର କରିବାର ଗୋଟେ ଦିନ ପରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିବାରୁ ଏବେ ସମସ୍ତେ ଏହି ହତ୍ୟାକାଣ୍ଡ ପାଇଁ ଆପ୍ ସରକାରଙ୍କୁ ଦାୟୀ କରିଛନ୍ତି।

ଏଭଳି ଆରୋପ ଲାଗିବା ପ‌ରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବ ସରକାର ନୂଆ, କିନ୍ତୁ ଏହି ହତ୍ୟାକାଣ୍ଡର ସମାଧାନ ପାଇଁ ସମସ୍ତ ଉଦ୍ୟମ କରୁଛନ୍ତି। ହତ୍ୟାକାରୀମାନଙ୍କୁ ଧରିବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି।

ବିରୋଧୀ ଦଳମାନଙ୍କୁ ସହଯୋଗ କରିବାକୁ ନିବେଦନ କରି ସେ କହିଛନ୍ତି ଯେ, ଏହାପୂର୍ବରୁ ପଟିଆଲା ହିଂସା ଏବଂ ମୋହାଲି ବୋମା ବିସ୍ଫୋରଣ ଘଟିଥିଲା ​​ଯାହାର ସମାଧାନ ୪୮ ଘଣ୍ଟା ମଧ୍ୟରେ ହୋଇଥିଲା | ବିରୋଧୀ ଦଳ ଏବଂ ସମସ୍ତଙ୍କୁ ଏକାଠି ମିଶି ପଞ୍ଜାବକୁ ଆଗକୁ ନେବାକୁ ପଡିବ। ଏହାକୁ ନେଇ ରାଜନୀତି କରିବା ଉଚିତ ନୁହେଁ।

ତେବେ ସମାଲୋଚନା ମଧ୍ୟରେ ଆଜି ମୁସେୱାଲାଙ୍କ ପରିବାରକୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ପଞ୍ଜାବୀ କଣ୍ଠଶିଳ୍ପୀ ଶୁଭଦୀପ ସିଂହ ସିଦ୍ଧୁ ଓରଫ୍‌ ସିଦ୍ଧୁ ମୁସେୱାଲ୍‌ଙ୍କ ମାନସା ଜିଲ୍ଲାସ୍ଥିତ ପୈତୃକ ଗାଁ ମୁସାକୁ ଯାଇ ତାଙ୍କ ପରିବାରର ସଦସ୍ୟମାନଙ୍କ ନିକଟରେ ଶୋକବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe