ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ, ଧରାପଡ଼ିଲା କଲ୍‌ କରିଥିବା ବ୍ୟକ୍ତି

ଜେଲ୍‌ରୁ ବାହାରିବା ପରେ ପତ୍ନୀଙ୍କ ସହ ହନୁମାନ ମନ୍ଦିର ପରିଦର୍ଶନ କଲେ କେଜ୍ରିୱାଲ୍‌

Image Courtsy: The Indian Express

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ହତ୍ୟା ଧମକ ମିଳିଛି। ଗତକାଲି ରାତି ପ୍ରାୟ ୧୨.୦୫ ସମୟରେ କେଜ୍ରିୱାଲ୍‌ଙ୍କ ନିକଟରୁ ଏକ ପିସିଆର୍‌ କଲ୍‌ ଆସିଥିଲା। ଏହି କଲ୍‌ ମାଧ୍ୟମରେ ତା‌ଙ୍କୁ ହତ୍ୟା ଧମକ ମିଳିଥିବା ସୂଚନା ରହିଛି।

ଖବର ପାଇବା ପରେ ଦିଲ୍ଲୀ ପୁଲିସ୍‌ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ ତଦନ୍ତ କରି ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଧରିବାରେ ସମର୍ଥ ହୋଇଛି। ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ କଲ୍‌ କରିଥିବା ବ୍ୟକ୍ତି ଜଣକ ଜଣେ ମାନସିକ ବିକୃତ ଥିବା ଲୋକ। ତାଙ୍କ ବୟସ ୩୮ ବର୍ଷ। ଅଭିଯୁକ୍ତ ଏବେ ଦିଲ୍ଲୀର ଗୁଲାବି ବାଗ୍‌ରେ ଚିକିତ୍ସାଧୀନ ରହିଛି। ଏହି କାରଣରୁ ପୁଲିସ୍‌ ତାକୁ ଧରିବା ପରେ ବି ଗିରଫ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe