କରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆହୁରି କଡ଼ାକଡ଼ି ହୋଇପାରେ କରୋନା କଟକଣା

Advertisment
କରୋନା ଆକ୍ରାନ୍ତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆହୁରି କଡ଼ାକଡ଼ି ହୋଇପାରେ କରୋନା କଟକଣା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅତି ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ଏବେ ବଢ଼ିବ‌ାରେ ଲାଗିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଏବେ କରୋନା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ କାବୁ କରିଥିବା ଜଣାପଡ଼ିଛି। କରୋନା ସଂକ୍ରମଣର ଶିକାର ହୋଇଛନ୍ତି କେଜ୍ରିୱାଲ। ଏନେଇ ସେ ଟୁଇଟ କରି ଜଣାଇଛନ୍ତି। ସେ କରୋନାର ସାମାନ୍ୟ ଲକ୍ଷଣ ଦେଖାଉଥିବା ସହ ଘରେ ନିଜକୁ ସଙ୍ଗରୋଧ କରିଥିବା କହିଛନ୍ତି।

publive-image indiatoday

‌ସେ କରିଥିବା ଟୁଇଟରେ ଲେଖାଯାଇଛି ଯେ, ମୁଁ ସାମାନ୍ୟ ଲକ୍ଷଣ ସହ କ‌ରୋନା ଆକ୍ରାନ୍ତ ହୋଇଛି। ରିପୋର୍ଟ ଆସିବା ପରେ ଏବେ ମୁଁ ଘରେ ନିଜକୁ ସଙ୍ଗରୋଧ କରିଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ବା ସଂଶ୍ପର୍ଷରେ ଆସିଥିଲେ, ଦୟାକରି ନିଜକୁ ସଙ୍ଗରୋଧ କରନ୍ତୁ ଏବଂ ନିଜର ପରୀକ୍ଷା କରାଇନିଅନ୍ତୁ।

ତେବେ ଗତକାଲି ଦିଲ୍ଲୀ ୭ମାସର ରେକର୍ଡ ଭାଙ୍ଗିଥିଲା। ଗୋଟିଏ ଦିନରେ ଦିଲ୍ଲୀରୁ ୪ ହଜାରରୁ ଅଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଦୀର୍ଘ ୭ ମାସ ପରେ ଦେଶର ରାଜଧାନୀରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମିଳିଥିବା ରିପୋର୍ଟ ମୁତାବକ, ଦିଲ୍ଲୀରୁ ଗତକାଲି ୪୦୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ନୂଆ ଆକ୍ରାନ୍ତଙ୍କୁ ମିଶାଇବା ପରେ ଏବେ ଦିଲ୍ଲୀରେ ପଜିଟିଭିଟି ହାର ୬.୪୬ ପ୍ରତିଶତ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe