ଆଜି ଅମିତ ଶାହାଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ଵାଲ୍‌

Advertisment
ଆଜି ଅମିତ ଶାହାଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ଵାଲ୍‌

Image Source: India Today

ନୂଆଦିଲ୍ଲୀ: ବୁଧବାର ଅପରାହ୍ଣରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ।

ତୃତୀୟ ଥର ଲାଗି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ହେବ କେଜ୍ରିଓ୍ଵାଲ୍‌ଙ୍କର ଅମିତ ଶାହାଙ୍କ ସହ ପ୍ରଥମ ସାକ୍ଷାତ। ଅପରାହ୍ଣ ୨: ୩୦ରେ ଗୃହ ବ୍ୟାପାର ମନ୍ତ୍ରାଳୟରେ ଉଭୟ ନେତାଙ୍କ ପରସ୍ପରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶେଷସୂତ୍ରରୁ ପ୍ରକାଶ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ୍‌କାର ବୋଲି କୁହାଯାଉଛି।

publive-image Image Source: New Indian Express

୭୦ ଆସନବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କ ‘ଆମ୍‌ ଆଦ୍‌ମି ପାର୍ଟି’ ୬୨ଟି ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଫେବ୍ରୁଆରି ୧୬ ତାରିଖ ଦିନ ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଶୀର୍ବାଦ କାମନା କରିଥିଲେ। ଜୋତୀୟ ରାଜଧାନୀରେ ଶାସନର ସୁପରିଚାଳାନା ନିମନ୍ତେ କେନ୍ଦ୍ର ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ୍‌ କହିଥିଲେ।

ଶପଥ ଗ୍ରହଣ ପରେ ଭାଷଣ ଦେଇ ସେ କହିଥିଲେ ଯେ ନିର୍ବାଚନ ଶେଷ ହେବା ସହ ରାଜନୀତି ଶେଷ ହୋଇଛି। ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ବିଭିନ୍ନ ପ୍ରକାର ଅପ୍ରୀତିକର ମନ୍ତବ୍ୟ ଦେଇଥିବା ବିରୋଧୀମାନଙ୍କୁ ସେ କ୍ଷମା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe