ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସ୍‌: ସମଗ୍ର ଦେଶରେ ଲକଡାଉନ୍ ଏପ୍ରିଲ୍ ୩୦ଯାଏଁ ବଢ଼ାଇବାକୁ କେଜ୍ରିୱାଲଙ୍କ ପ୍ରସ୍ତାବ

ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନସ୍‌: ସମଗ୍ର ଦେଶରେ ଲକଡାଉନ୍ ଏପ୍ରିଲ୍ ୩୦ଯାଏଁ ବଢ଼ାଇବାକୁ କେଜ୍ରିୱାଲଙ୍କ ପ୍ରସ୍ତାବ

Image Source: ANI

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣ ଜୁଆର ରୋକିବା ନିମନ୍ତେ ଦେଶବ୍ୟାପୀ ଘୋଷିତ ୨୧ଦିନିଆ ଲକଡାଉନ୍ ସମୟସୀମା ବୃଦ୍ଧି କରାଯିବ କି, ନାହିଁ ତାହାର ମତାମତ ନେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ୍ ଜରିଆରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି। ଦିନ ୧୧ଟା ବେଳେ ଆରମ୍ଭ ହୋଇଥିବା ଏହି ଭିଡିଓ କନଫରେନସରେ ପ୍ରଧାନମନ୍ତ୍ରୀ ମୋଦୀ ଘରତିଆରି  ମାସ୍କ ବା ମୁଖାବରଣ ପରିଧାନ କରିଥିବାର ଦେଖାଯାଇଛି। ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ମାସ୍କ ବା ମୁଖାବରଣ ପରିଧାନ କରିଛନ୍ତି।

ସମଗ୍ର ଭାରତରେ ଲକଡାଉନର ସମୟସୀମା ଏପ୍ରିଲ୍ ୩୦ଯାଏଁ ବଢ଼ାଯାଉ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଆଜି ଏହି ଭିଡିଓ କନଫରେନସିଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରସ୍ତାବ ଦେଇଛନ୍ତି।

ସେ କହିଛନ୍ତି ଯେ ଜାତୀୟ ସ୍ତରରେ ଏହି ନିଷ୍ପତ୍ତି ଗ୍ରହଣ କରାଯିବା ଆବଶ୍ୟକ। ରାଜ୍ୟମାନେ ନିଜ ସ୍ତରରେ ନିଷ୍ପତ୍ତି ନେଲେ ସେତେ ଫଳପ୍ରଦ ହେବନାହିଁ। ସେ ଆହୁରି ମଧ୍ୟ କହିଲେ ଯେ ଯିଦି ଲକଡାଉନ୍ କୋହଳ କରାଯାଏ ତେବେ କୌଣସି ପ୍ରକାର ପରିବହନ ଆରମ୍ଭ ହେବା ଅନୁଚିତ।

ମହାରାଷ୍ଟ୍ର ମଧ୍ୟ ଲକଡାଉନ୍‌ ବୃଦ୍ଧି କରିବାକୁ ପରାମର୍ଶ ଦେଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲକଡାଉନ ସମୟସୀମା ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିବାକୁ ଗୁରୁବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଶୁକ୍ରବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ମଧ୍ୟ ଲକଡାଉନ୍ ସମୟସୀମା ଏପ୍ରିଲ୍ ୩୦ ଯାଏଁ ବଢ଼ାଇବାକୁ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ସେ ଦିନରାତି ସବୁବେଳେ ଜାଗ୍ରତ ରହିଛି। ଯେ କୌଣସି ମୁଖ୍ୟମନ୍ତ୍ରୀ ଯେ କୌଣସି ସମୟରେ ତାଙ୍କ ସହ କଥାବାର୍ତ୍ତା କରି ପରାମର୍ଶ ଦେଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe