୧୮ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଘୋଷଣା କରାଯାଇଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ୧୮ ଫେବ୍ରୁଆରି ମଧ୍ୟାହ୍ନ ୧୨ଟାରେ ରାଜଧାନୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ।

bjp flag

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ତାରିଖ ଘୋଷଣା କରାଯାଇଛି। ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ୧୮ ଫେବ୍ରୁଆରି ମଧ୍ୟାହ୍ନ ୧୨ଟାରେ ରାଜଧାନୀର ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ।

ଏହା ପୂର୍ବରୁ ସୋମବାର ବିଜେପି ବିଧାୟକ ଦଳର ବୈଠକ ବସିବ, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବେ। ମୁଖ୍ୟମନ୍ତ୍ରୀଙ୍କ ନାମ ନିର୍ଦ୍ଧାରଣ ପାଇଁ ବିଜେପି ସୋମବାର ବିଧାୟକ ଦଳ ବୈଠକ ଡାକିଛି। ସମସ୍ତ ବିଧାୟକଙ୍କୁ ଅବଗତ କରାଯାଇଛି। ଦିଲ୍ଲୀ ରାଜ୍ୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ।

ଆସନ୍ତା ୧୯ ତାରିଖରେ କେଶବ କୁଞ୍ଜଙ୍କ ନୂଆ କାର୍ଯ୍ୟାଳୟର ଉଦଘାଟନ ହେବ। ସଂଘ କାର୍ଯ୍ୟାଳୟ ଉଦଘାଟନ ଅବସରରେ ବିଜେପି ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ୧୦ ଦିନ ପରେ ଶପଥ ଗ୍ରହଣ ହେବ। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳର ପୂରା ୧୦ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଫେବ୍ରୁଆରି ୫ତାରିଖରେ ମତଦାନ ହୋଇଥିଲା ଏବଂ ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା। ତେବେ ନିର୍ବାଚନ ଫଳାଫଳକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe