ଦିଲ୍ଲୀରେ ରେଖା ସରକାର: ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୧୦ ବିଭାଗ

Advertisment
dept. rekha

Photograph: (SAMBAD.IN)

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ସହ ୬ କ୍ୟାବିନେଟ୍ ମନ୍ତ୍ରୀଙ୍କ ଶପଥ ପରେ ଭାଗବଣ୍ଟା ହୋଇଛି ବିଭାଗ । ବିଭାଗ ବଣ୍ଟନ ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସବୁଠୁ ବ୍ୟସ୍ତ ମନ୍ତ୍ରୀ ଭାବେ ଉଭା ହୋଇଛନ୍ତି । ତାଙ୍କ ଅଧିନରେ ଅର୍ଥ, ରାଜସ୍ବ, ମହିଳା ଓ ଶିଶୁ ବିକାଶ ସହ ୧୦ ଟି ବିଭାଗ ରହିଛି । 

ସେହିପରି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା କପିଲ ମିଶ୍ରା, ଆଷିଶ ସୁଦଙ୍କୁ ୬ଟି ଲେଖାଏଁ ବିଭାଗ ମିଳିଛି । ଉପମୁଖ୍ୟମନ୍ତ୍ରୀ ପ୍ରବେଶ ବର୍ମାଙ୍କୁ ୫ଟି ବିଭାଗର ଦାୟିତ୍ବ ଦିଆଯାଇଛି । ସେହିପରି ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ ଏବଂ ପଙ୍କଜ କୁମାର ସିଂହଙ୍କୁ ତିନିଟି ଲେଖାଏଁ ବିଭାଗ ମିଳିଛି ।

ନଜର ପକାନ୍ତୁ କାହାକୁ ମିଳିଛି କେଉଁ ବିଭାଗ ?

ରେଖା ଗୁପ୍ତା
ଅର୍ଥ
ରାଜସ୍ବ
ମହିଳା ଓ ଶିଶୁ ବିକାଶ

ପ୍ରବେଶ ବର୍ମା
ପୂର୍ତ୍ତ
ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ
ଜଳସମ୍ପଦ

ଆଷିଷ ସୁଦ
ଗୃହ
ଶିକ୍ଷା
ଶକ୍ତି
ସହରୀ ବିକାଶ

ମଜିନ୍ଦର ସିଂହ ସୀର୍ସା
ଶିଳ୍ପ
ପରିବେଶ ଏବଂ ଜଙ୍ଗଲ
ଖାଦ୍ୟ ଏବଂ ସିଭିଲ ସପ୍ଲାଏ

ପଙ୍କଜ କୁମାର ସିଂହ
ସ୍ବାସ୍ଥ୍ୟ
ପରିବହନ
ଆଇଟି

କପିଲ ମିଶ୍ରା
ଆଇନ ଏବଂ ନ୍ୟାୟ
ଶ୍ରମ
ନିଯୁକ୍ତି
ପର୍ଯ୍ୟଟନ
କଳା ଓ ସଂସ୍କୃତି

ରବୀନ୍ଦ୍ର ଇନ୍ଦ୍ରରାଜ ସିଂହ
ସାମାଜିକ କଲ୍ୟାଣ
ଏସସି/ଏସ୍‌ଟି କଲ୍ୟାଣ
ସମବାୟ ବ୍ୟାପାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe