ଆହୁରି ହ୍ରାସ ପାଇ ପାରେ ଦିଲ୍ଲୀର ତାପମାତ୍ରା

Advertisment
ଆହୁରି ହ୍ରାସ ପାଇ ପାରେ ଦିଲ୍ଲୀର ତାପମାତ୍ରା

Image Courtesy of Hindustan Times

ନୂଆଦିଲ୍ଲୀ: ତୁଷାର ଆବୃତ ଅଞ୍ଚଳରୁ ଉତ୍ତର-ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ବୁଧବାର ଦିନ ମଧ୍ୟ ଦିଲ୍ଲୀର ତାପମାତ୍ରା କମିବାରେ ଲାଗିଛି।

ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ ମଙ୍ଗଳବାର ରାତିର ତାପମାତ୍ରା ପ୍ରାୟ ୯ ଡିଗ୍ରି ସେଲିସିୟସ୍‌କୁ ଖସି ଆସିଥିଲା।

ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ୧. ୮ ଡିଗ୍ରି ଫରକ ରହିବାରୁ ୧୯୯୭ ମସିହା ପରେ ଗତକାଲି ଅର୍ଥାତ୍‌ ମଙ୍ଗଳବାର ଥିଲା ଦିଲ୍ଲୀରେ ସବୁଠୁ ଥଣ୍ଡା ଦିନ। ମଙ୍ଗଳବାର ଦିନ ସର୍ବାଧିକ ତାପମାତ୍ରା ୧୨. ୨ ଡିଗ୍ରି ସେଲିସିୟସ୍‌ ଥିବାବେଳେ ସର୍ବନିମ୍ନ ତାପମାତ୍ରା ଥିଲା ୧୦. ୪ ଡିଗ୍ରି ସେଲିସିୟସ୍‌।

publive-image Image Courtesy of India. com

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଳଦୀପ ଶ୍ରୀବାସ୍ତବ କହିଛନ୍ତି: ଆଜି ମଧ୍ୟ ସେଭଳି ପରିସ୍ଥିତି ଲାଗି ରହିବ। ଆକାଶରେ ନୂଆଁଣିଆ ହୋଇ ବାଦଲ ଛାଇ ଯାଇଥିବାରୁ ଭୂଇଁରେ ଖରା ପଡ଼ିବ ନାହିିଁ। ଫଳରେ ଦିନରେ ଥଣ୍ଡା ଅନୁଭୂତ ହେବ।

ବୈଜ୍ଞାନିକମାନେ ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ ପଶ୍ଚିମାଞ୍ଚଳ ପାଗଯୋଗରେ ଗୋଳମାଳ ହେବାର ସମ୍ଭାବନା ଥିବାରୁ ଡିସେମ୍ବର ୧୮ ତାରିଖରେ ଉତ୍ତର ଭାରତରେ ବର୍ଷା ଓ ତୁଷାରପାତ ହୋଇପାରେ। ସେଥିଯୋଗୁଁ ଦିଲ୍ଲୀର ତାପମାତ୍ରା ଆହୁରି ହ୍ରାସ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe