ଶ୍ରୀନଗରରେ ଦେଇଥିବା ଭାଷଣ ଉପରେ ସୂଚନା ସଂଗ୍ରହ ପାଇଁ ରାହୁଲ୍‌ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୁଲିସ

ଶ୍ରୀନଗରରେ ଦେଇଥିବା ଭାଷଣ ଉପରେ ସୂଚନା ସଂଗ୍ରହ ପାଇଁ ରାହୁଲ୍‌ ଗାନ୍ଧୀଙ୍କ ଘରେ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଶ୍ରୀନଗରରେ ‘ଭାରତ ଯୋଡ଼ୋ ଯାତ୍ରା’ ଭାଷଣରେ ଯୌନ ଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ସମ୍ବନ୍ଧରେ ଦେଇଥିବା ମନ୍ତବ୍ୟ ଉପରେ ସୂଚନା ସଂଗ୍ରହ କରିବା ଲାଗି ଆଜି ସ୍ପେସାଲ୍‌ ପୁଲିସ କମିସନର୍‌ (ଆଇନଶୃଙ୍ଖଳା) ସାଗରପ୍ରୀତ୍‌ ହୂଦାଙ୍କ ନେତୃତ୍ବରେ ଦିଲ୍ଲୀ ପୁଲିସ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛି।

ଗାନ୍ଧୀଙ୍କ ବାସଭବନ ବାହାରେ ସାମ୍ବାଦିକମାନଙ୍କୁ ହୂଦା କହିଛନ୍ତି, ତାଙ୍କ ସହିତ କଥାବାର୍ତ୍ତା କରିବା ଲାଗି ଆମେ ଆସିଛୁ। ଜାନୁଆରି ୩୦ ତାରିଖ ଦିନ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଶ୍ରୀନଗରେ ଦେଇଥିବା ବିବୃତିରେ ରାହୁଲ୍‌ ଗାନ୍ଧୀ କହିଥିଲେ ଯେ, ଯାତ୍ରା ସମୟରେ ସେ କେତେକ ମହିଳାଙ୍କୁ ଭେଟିଥିଲେ। ସେମାନେ ଦୁଷ୍କର୍ମର ଶିକାର ହୋଇଥିବା କଥା ତାଙ୍କୁ କହିଥିଲେ। ଆମେ ରାହୁଲ୍‌ଙ୍କ ପାଖରୁ ସେ ସମ୍ପର୍କୀୟ ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଆସିଛୁ। ତଥ୍ୟାବଳି ମିଳିଲେ ସେ ଦୁଷ୍କର୍ମ ପୀଡ଼ିତାମାନଙ୍କୁ ବିଚାର ମିଳିବ।

publive-image Image Courtesy of ANI

ଉଲ୍ଲେଖଯୋଗ୍ୟ, ଶ୍ରୀନଗରଠାରେ ‘ଭାରତ ଯୋଡ଼ୋ ଯାତ୍ରା’ ଶେଷରେ ରାହୁଲ୍‌ ଗାନ୍ଧୀ ଦେଇଥିବା ଭାଷଣ ସଂକ୍ରାନ୍ତରେ ପୁଲିସ ପୂର୍ବରୁ ଅବଗତ ଥିଲେ। ଉକ୍ତ ଭାଷଣରେ ରାହୁଲ୍‌ କହିଥିଲେ ଯେ, କେତେକ ମହିଳାଙ୍କ ସହିତ ଆଳାପ ଆଲୋଚନା କରିବା ବେଳେ ସେମାନେ ଗଣଦୁଷ୍କର୍ମର ସରବ୍ୟ ହୋଇଥିବା କଥା ସ୍ବୀକାର କରିଥିଲେ। ତେଣୁ, ଏହି ଘଟଣା ସଂକ୍ରାନ୍ତରେ ସବିଶେଷ ତଥ୍ୟ ପାଇବା ପାଇଁ ପୁଲିସ ରାହୁଲ୍‌ଙ୍କ ନିକଟକୁ ପୂର୍ବରୁ ପ୍ରଶ୍ନାବଳି ପଠାଇଥିଲା।

ଦୁଇଜଣ ବରିଷ୍ଠ ପୁଲିସ କର୍ମଚାରୀ ରାହୁଲ୍‌ ଗାନ୍ଧୀଙ୍କ ବାସଭବନକୁ ଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe