ଦିଲ୍ଲୀରେ କରୋନା ମାମଲା ୧୬ ଦିନରେ ୭୨ରୁ ୧୫୧୦ କୁ ବୃଦ୍ଧି

Advertisment
ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

Photo: VCU News

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦,୦୦୦ ଟପିଛି। ଗତ ୬ ଦିନ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ଦ୍ବିଗୁଣିତ ହୋଇଛି ଏବଂ ସରକାର ମଧ୍ୟ ସଂକ୍ରମଣ ‌ରୋକିବାପାଇଁ କଡ଼ା ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଦିଲ୍ଲୀରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ଗତକାଲି ଗୋଟିଏ ଦିନରେ ଦିଲ୍ଲୀରେ ୩୫୬ ମାମଲା ସ୍ପଷ୍ଟ ହୋଇଥିଲା। ଏଥିସହ ଦିଲ୍ଲୀରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୦ରେ ପହଞ୍ଚିଛି। ଦିଲ୍ଲୀରେ ମାତ୍ର ୧୬ ଦିନ ମଧ୍ୟରେ କ‌‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ରୁ ୧୫୧୦କୁ ବୃଦ୍ଧି ପାଇଛି। ମାର୍ଚ୍ଚ ୨୯ ତାରିଖରେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଥିବାବେଳେ ଆଜି ଏପ୍ରିଲ ୧୪ରେ ଏହା ୧୫୧୦ରେ ପହଞ୍ଚିଛି। ଜାତୀୟ ରାଜଧାନୀରେ ପ୍ରଥମ ମାମଲା ମାର୍ଚ୍ଚ ୨ ତାରିଖରେ ଚିହ୍ନଟ ହୋଇଥିଲା। ଇଟାଲିରୁ ଫେରିଥିବା ଜଣେ ୪୫ ବର୍ଷୀୟ ବ୍ୟକ୍ତି ପ୍ରଥମେ ଜାତୀୟ ରାଜଧାନୀ‌ରେ ଭାଇରସ୍‌ ସଂକ୍ରମିତ ହୋଇଥିଲେ। ଦିଲ୍ଲୀ ସରକାରଙ୍କ ସୂଚନାନୁଯାୟୀ ଦିଲ୍ଲୀରେ ପ୍ରାୟ ୧୦୫୦ଟି ମାମଲା ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଅଟନ୍ତି। ଦିଲ୍ଲୀ ସରକାର ସହରର ସମସ୍ତ ରାଜ୍ୟରେ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାପାଇଁ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ସରକାର ରୋଡ୍‌ ଜୋନ୍‌ ଏବଂ ହ‌ାଇ ରିସ୍କ ଜୋନ୍‌ ଘୋଷିତ ହୋଇଥିବା ସ୍ଥାନ ମାନଙ୍କରେ ସଫେଇ କାର୍ଯ୍ୟକୁ ଜୋରଦାର କରିଛନ୍ତି। ୧୦ ହାଇଟେକ୍‌ ଜାପାନୀ ମେସିନ୍‌ ସହିତ ସମୁଦାୟ ୬୦ଟି ମେସିନ୍‌ ଏବେ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଟ୍ବିଟ୍‌ କରି କହିଛନ୍ତି। ଅନ୍ୟପ‌କ୍ଷେ ସଂକ୍ରମଣ ରୋକିବାପାଇଁ ଦିଲ୍ଲୀ ହୋଲସେଲ୍‌ ବଜାରଗୁଡ଼ିକରେ ଯୁଗ୍ମ ଅଯୁଗ୍ମ ଫର୍ମୁଲା ଲାଗୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe