ନୂଆଦିଲ୍ଲୀ: ଦିଲ୍ଲୀର କଡକଡଡୁମା କୋର୍ଟ ଦିଲ୍ଲୀ ପୁଲିସ ଉପରେ ୨୫ ହଜାର ଟଙ୍କାର ଜରିମାନା ଲାଗୁ କରିଛନ୍ତି।
କୋର୍ଟ କହିଛନ୍ତି, ଦିଲ୍ଲୀ ହିଂସା -୨୦୨୦ ସମୟରେ ପୁଲିସ ନିଜ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଏହି ଜରିମାନା ଲାଗୁ କରାଯାଇଛି। ଅର୍ଥାତ ଦିଲ୍ଲୀ ପୁଲିସ ହିଂସା ସମୟରେ ନିଜ କାମ କରିବାରେ ବିଫଳ ରହିଥିଲା। ଏହି କାରଣରୁ ଜରିମାନା ହୋଇଛି।
ଉଲ୍ଲେଖଯୋଗ୍ୟ, ଗତବର୍ଷ ଫେବ୍ରୁଆରି ମାସରେ ଦିଲ୍ଲୀରେ ହିଂସା ହୋଇଥିଲା। ଏହି ସମୟରେ ମହମ୍ମଦ ନାସିରଙ୍କ ଆଖିରେ ଗୁଳି ବାଜିଥିଲା। ଏହାପରେ ସେ ପୁଲିସ ପାଖକୁ ୧୯/୩/୨୦ରେ ନିଜର ପଡ଼ିଶା ଘରର ୬ଜଣ (ନରେଶ ତ୍ୟାଗୀ, ସୁଭାଷ ତ୍ୟାଗୀ, ଅତ୍ୟମ ତ୍ୟାଗୀ, ସୁଶିଲ ଓ ନରେଶ ଗୌର)ଙ୍କ ବିରୋଧରେ ଅଭିଯୋଗ ନେଇ ଯାଇଥିଲେ। କିନ୍ତୁ ଦିଲ୍ଲୀ ପୁଲିସ ନାସିରଙ୍କ ଅଭିଯୋଗ ଅନ୍ୟ ଅଭିଯୋଗ ସହିତ ଯୋଡ଼ି ଦେଇଥିଲା। ଯାହାକୁ ନେଇ ତାଙ୍କର କୌଣସି ପ୍ରକାର ନେଣଦେଣ ନଥିଲା।
କୋର୍ଟ ନିର୍ଦେଶ ଦେଇ କହିଛନ୍ତି, ପୂରା ଘଟଣାକୁ ଦେଖିବା ପରେ ଲାଗୁଛି କି ପୁଲିସ ହିଁ ଅଭିଯୁକ୍ତମାନଙ୍କୁ ବଞ୍ଚାଉଛି। କଡକଡଡୁମା କୋର୍ଟର ସେସନ କୋର୍ଟ ଦିଲ୍ଲୀ ହିଂସାର ଏକ ଘଟଣାକୁ ନେଇ ଶୁଣାଣି କରୁଥିବା ସମୟରେ ଦିଲ୍ଲୀ ପୁଲିସ ନିଜ କାମ ସଠିକ ଭାବେ କରି ନଥିବା କହିଛନ୍ତି। ପୁଲିସ ଏହି ଘଟଣାକୁ ଅବହେଳା ସହ ନେଇଛି।
Follow Us