ଅପରାଧୀକ ମାନହାନୀ ମକଦ୍ଦମାରେ କେଜ୍ରିଓ୍ଵାଲ୍‌ ଓ ସିସୋଦିିଆଙ୍କୁୁ ସମନ ଜାରି କଲେ ଦିଲ୍ଲୀ କୋର୍ଟ

Advertisment
ଅପରାଧୀକ ମାନହାନୀ ମକଦ୍ଦମାରେ କେଜ୍ରିଓ୍ଵାଲ୍‌ ଓ ସିସୋଦିିଆଙ୍କୁୁ ସମନ ଜାରି କଲେ ଦିଲ୍ଲୀ କୋର୍ଟ

Photo Credit: PTI

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆଙ୍କୁ ସୋମବାର ଦିଲ୍ଲୀ କୋର୍ଟ ବିଜେପି ନେତା ବିଜେନ୍ଦ୍ର ଗୁପ୍ତାଙ୍କ ଦ୍ୱାରା ଦାୟର ହୋଇଥିବା ଅପରାଧୀକ ମାନହାନୀ ମକଦ୍ଦମାରେ ସମନ ଜାରି କରିଛନ୍ତି।

ସେମାନଙ୍କୁ ଜୁଲାଇ ୧୬ ତାରିଖରେ କୋର୍ଟରେ ହାଜିର ହେବା ପାଇଁ କୋର୍ଟ ସମନ ପଠାଇଛନ୍ତି। ଏହି ଦିନ ସେମାନଙ୍କ ବିରୋଧରେ ହୋଇଥିବା ଅପରାଧୀକ ମାନହାନୀ ମକଦ୍ଦମାର ପରବର୍ତ୍ତୀ ଶୁଣାଣି ହେବ ବୋଲି ମଧ୍ୟ ସ୍ଥିର ହୋଇଛି।

ଏହି ମାମଲାରେ କୋର୍ଟ ନିକଟରେ ବିଜେପ ନେତା ଗୁପ୍ତା ଓ ତାଙ୍କ ସାକ୍ଷୀଙ୍କ ବୟାନ ଶୁଣି ସାରିଛନ୍ତି। ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କରାଯାଉଥିବା ଷଡ଼ଯନ୍ତ୍ରରେ ସାମିଲ୍‌ ଅଛନ୍ତି ବୋଲି ଏହି ଦୁଇ ଆପ୍‌ ନେତା କହିଥିବା ହେତୁ ଗୁପ୍ତା ସେ ଦୁହିଁଙ୍କ ନାମରେ ଅଭିଯୋଗ ଆଣି ମାନହାନୀ ମକଦ୍ଦମା ରୁଜ୍ଜୁ କରିଛନ୍ତି।

ଅଭିଯୋଗ ଆଣି ଗୁପ୍ତା କହିଛନ୍ତି ଯେ କେଜ୍ରିଓ୍ଵାଲ୍‌ ଓ ସିସୋଦିଆ ତାଙ୍କ ଭାବମୂର୍ତ୍ତି ଖରାପ କରୁଛନ୍ତି। ଏପରିକି ଏହି ମାମଲାରେ ବିଜେପି ନେତା କେଜ୍ରିଓ୍ଵାଲ୍‌ ଓ ସିସୋଦିଆଙ୍କୁ ପୂର୍ବରୁ ଲିଗାଲ୍‌ ନୋଟିସ୍‌ ବି ପଠାଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe