ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ

ଉନ୍ନାଓ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ କାରାଦଣ୍ଡ

पर्दाफाश

ଲକ୍ଷ୍ନୌ: ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପିର ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଦିଲ୍ଳୀର ତିସ୍ ହଜାରୀ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ୧୦ ଡିସେମ୍ବରରେ ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ୨୦୧୭ ମସିହାରେ ନିଜର କିଛି ସହଯୋଗୀଙ୍କ ସହ ମିଶି ସେନଗର ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ‌ଅଦାଲତ ତାଙ୍କୁ ଦୋଷୀ ବୋଲି ଘୋଷଣା କରିଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ତିସ୍‌ ହଜାରୀ କୋର୍ଟ ଅଗଷ୍ଟ ୫ ତାରିଖରୁ ନିୟମିତ ଭାବେ ସେନ୍‌ଗରଙ୍କ ମାମଲାର ଶୁଣାଣି କରି ଆସୁଥିଲେ। ଅଦାଲତ ମାମଲାର ବିଚାର କରି ତାଙ୍କୁ ଅପରାଧିକ ଷଡ଼ଯନ୍ତ୍ର, ଅପହରଣ, ଦୁଷ୍କର୍ମ ଓ ପୋକ୍ସୋ ଆକ୍ଟ ଅଧିନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାମଲାର ଦଣ୍ଡ ଶୁଣାଣି ଡିସେମ୍ବର ୧୯ରେ କରାଯିବ ବୋଲି ଅଦାଲତ ସୂତ୍ରରୁ ପ୍ରକାଶ।

ଉଲ୍ଲେଖଯୋଗ୍ୟ, ଡିସେମ୍ବର ୧୦ ତାରିଖରେ ଅଦାଲତ ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂହ ସେନଗରଙ୍କ ବିରୋଧରେ  ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଥିଲେ । ରାୟ ୧୬ ତାରିଖରେ ଘୋଷଣା ହେବ ବୋଲି ଅଦାଲତ ପକ୍ଷରୁ କୁହାଯାଇଥିଲା।

publive-image India Today

ଉନ୍ନାଓର ବାଂଗରମଉ ବିଧାୟକ କୁଲ୍‌ଦୀପ ସେଙ୍ଗର ଓ ତାଙ୍କର କେତେକ ସହଯୋଗୀ ୪ ଜୁନ୍‌ ୨୦୧୭ରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ପୀଡ଼ିତା ନାବାଳିକା ଥିଲେ। ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଶଶି ସିଂହ ବିରୋଧରେ ମଧ୍ୟ ଚାର୍ଜ ଫ୍ରେମ୍‌ ହୋଇଛି।

୨୦୧୯ ଜୁଲାଇ ୨୯ରେ ପୀଡ଼ିତା ଓ ତାଙ୍କ ପରିବାର ସଦସ୍ୟ ଉନ୍ନାଓରୁ ରାୟବରେଲି ଅଭିମୁଖେ ଯାତ୍ରା କରୁଥିଲେ। ସେଠାରେ ଜେଲ୍‌ରେ ଥିବା ଜଣେ ସଂପର୍କୀୟଙ୍କୁ ଭେଟିବା ପାଇଁ ସେମାନେ ଯାଉଥିଲେ। ଫତେହପୁର ନିକଟରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍‌ ସେମାନଙ୍କ କାର୍‌କୁ ଧକ୍କା ଦେଇଥିଲା। ଧକ୍କାରେ ପୀଡ଼ିତାଙ୍କ କାର୍‌ ଚୁର୍‌ମାର ହୋଇଯାଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କର ଦୁଇ ଜଣ ସଂପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ  ବିଧାୟକ କୁଳଦୀପ ସିଂହ ସେଙ୍ଗରଙ୍କୁ ଆଜି ବିଜେପି ଦଳରୁ ବହିଷ୍କାର କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe