‘ଦିଲ୍ଲୀ’ ପରାଜୟ ପରେ କଣ କରୁଛନ୍ତି କେଜ୍ରିୱାଲ ? ଜାତୀୟ ରାଜନୀତିରୁ ହେଇଗଲେ କି ଉଭାନ ?

WHERE

ନୂଆଦିଲ୍ଲୀ: କୁଆଡେ ଗଲେ କେଜ୍ରିୱାଲ ? କଣ କରୁଛନ୍ତି କେଜ୍ରିୱାଲ ? କେଉଁଠି ଅଛନ୍ତି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ? ଦିଲ୍ଲୀରେ ଆପର ବଡ ପରାଜୟ ପରେ ଏବେ ଅରବିନ୍ଦ କେଜ୍ରିୱାଲଙ୍କୁ ଖୋଜା ପଡିଛି । ଦିଲ୍ଲୀରେ ନିଜ ଦଳ  ଆପ୍ ତ କ୍ଷମତାରୁ ଗଲା ତା ସହ ନିଜେ ମଧ୍ୟ ଜିତି ପାରିଲେନି କେଜ୍ରିୱାଲ । ଆତିଶୀଙ୍କ ସମେତ ମୋଟ ୨୨ ଜଣ ବିଧାନସଭାକୁ ଯାଇଛନ୍ତି । ଖାଲି କେଜ୍ରିୱାଲ ନୁହଁନ୍ତି ତାଙ୍କ ଘନିଷ୍ଠ ସହଯୋଗୀ ସିସୋଦିଆଙ୍କ ସ୍ଥିତି ମଧ୍ୟ ସେୟା । 

ତେବେ ଆପ୍ ବିଧାୟକ ଦଳ ବୈଠକ ପରେ କେଜ୍ରିୱାଲଙ୍କୁ ଏତେ ଦେଖିବାକୁ ମିଳୁନଥିବାରୁ ସିଏ କୁଆଡେ ଗଲେ ବୋଲି ଚର୍ଚ୍ଚା ହେଉଛି । କେଜ୍ରିୱାଲ ଜାତୀୟ ରାଜନୀତିର ଜଣେ ଚିହ୍ନା ମୁହଁ ହୋଇଥିବା ବେଳେ ହଠାତ କୌଣସି କାର୍ୟ୍ୟକ୍ରମରେ ଆଉ କେଜ୍ରିୱାଲଙ୍କୁ ଦେଖିବାକୁ ମିଳୁନି । ଶୁଣାଯାଉଛି କେଜ୍ରିୱାଲ ଏବେ ଦିଲ୍ଲୀରେ ହାରିବା ପରେ ଯେଉଁଠି ତାଙ୍କର ଦଳ ସରକାରରେ ଅଛି ମାନେ ପଞ୍ଜାବରେ କେମିତି ସରକାର ତିଷ୍ଠି ରହିବ ସେ ପ୍ରୟାସରେ ଲାଗିଛନ୍ତି । ଆଗକୁ ପଞ୍ଜାବର ଲୁଧିଆନା ପଶ୍ଚିମ ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ଥିବାରୁ ସେଠାରେ ବିଜୟ ନେଇ ଫୋକସ କରିଛନ୍ତି ତା ସହ ପଞ୍ଜାବ ବିଧାନସଭା ନିର୍ବାଚନ ଆଗକୁ ଥିବାରୁ ସେଠି ପୁଣି କେମିତି ବଡ ବିଜୟ ହାସଲ କରିହେବ ତାଉପରେ ରଣନୀତି ପ୍ରସ୍ତୁତ କରିବାକୁ କେଜ୍ରିୱାଲ  ଏବେ ପଞ୍ଜାବରେ ଡେରା ପକାଇଥିବା ସୂଚନା ମିଳିଛି ।

ସେପଟେ କେଜ୍ରିୱାଲ ସଂସଦର ପଛଦ୍ବାର ଦେଇ ରାଜ୍ୟସଭା ଯିବାକୁ ଯୋଜନା କରୁଛନ୍ତି । ପଞ୍ଜାବରୁ କେଜ୍ରିୱାଲ ରାଜ୍ୟସଭା ଯାଇପାରନ୍ତି । ରାଜ୍ୟସଭା ସାଂସଦ ଏବେ ସଞ୍ଜୀବ ଆରୋରା ଥିବା ବେଳେ ତାଙ୍କୁ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ କରିବା ପରେ କେଜ୍ରିୱାଲ ରାଜ୍ୟସଭା ଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe