କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁନଥିବାରୁ ଆତ୍ମହତ୍ୟା କଲେ ଚିକିତ୍ସା କରୁଥିବା ଡାକ୍ତର

Advertisment
କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁନଥିବାରୁ ଆତ୍ମହତ୍ୟା କଲେ ଚିକିତ୍ସା କରୁଥିବା ଡାକ୍ତର

indiatoday

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କୁ ବଞ୍ଚାଇ ପାରୁନଥିବାରୁ ଆତ୍ମହତ୍ୟା କରିଛନ୍ତି ଦିଲ୍ଲୀର ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ଡାକ୍ତର। ମୃତକଜଣକ ହେଲେ ଡାକ୍ତର ବିବେକ ରାୟ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୬ବର୍ଷ ହୋଇଥିବା ବେଳେ ସେ ପ୍ରାୟ ମାସେ ହେଲାଣି ଆଇସିୟୁରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ ବୋଲି ଜଣାପଡ଼ିଛି।

ମୃତ ଡାକ୍ତରଙ୍କ ସହକର୍ମୀଙ୍କ କହିବା ମୁତାବକ, ସେ ଗତ ଏକ ମାସ ଧରି କୋଭିଡ ଡ୍ୟୁଟିରେ ଥିଲେ ଏବଂ ଆଇସିୟୁରେ ଥିବା ରୋଗୀଙ୍କ ଚିକିତ୍ସା କରୁଥିଲେ। ସେ ପ୍ରତିଦିନ ପ୍ରାୟ ସାତରୁ ଆଠ ଜଣ ରୋଗୀଙ୍କୁ ସିପିଆର ଯୋଗାଉଥିଲେ। ହେଲେ ନିଜର ଉଦ୍ୟମ ସତ୍ତ୍ବେ ସେ ଅନେକଙ୍କୁ ବଞ୍ଚାଇ ପାରିନଥିବାରୁ ଚିନ୍ତାଗ୍ରସ୍ତ ରହୁଥିଲେ। ଜଣେ ଫ୍ରଣ୍ଟଲାଇନ କୋଭିଡ ଯୋଦ୍ଧା ଭାବରେ ସେ ମହାମାରୀ ସମୟରେ ଶହ ଶହ ଜୀବନ ରକ୍ଷା କରିଥିଲେ। ହେଲେ ଦେଶର ବର୍ତ୍ତମାନର ସ୍ଥିତି ଏବଂ ରୋଗୀଙ୍କୁ ସଠିକ ସମୟରେ ଅମ୍ଲଜାନ ଏବଂ ଅନ୍ୟ ସ୍ବାସ୍ଥ୍ୟ ଉପକରଣ ମିଳିପାରୁନଥିବାରୁ ସେ ଚିନ୍ତିତ ଥିଲେ। ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି।

ସୂଚନା ମୁତାବକ, ଡାକ୍ତର ବିବେକ ରାୟ ଗତ ନଭେମ୍ବର ମାସରେ ବିବାହ କରିଥିବା ବେଳେ ତାଙ୍କ ପତ୍ନୀ ଏବେ ୨ମାସର ଗର୍ଭବତୀ ଥିବା ଜଣାପଡ଼ିଛି। ନିଜ ବାସଭବନରେ ଡାକ୍ତର ବିବେକ ରାୟ ଆତ୍ମହତ୍ୟା କରିଥିବା ବେଳେ ଏନେଇ ସେ କାହାକୁ ଦାୟୀ କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe