indiatoday
ନୂଆଦିଲ୍ଲୀ : ଜଣେ ମହିଳାଙ୍କ ଅଣ୍ଡାଶୟ(ଓଭାରି)ରୁ ୫୦କିଲୋଗ୍ରାମର ଟ୍ୟୁମର ବାହାର କରାଯିବ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଟ୍ୟୁମରର ଓଜନ ମହିଳାଙ୍କ ଓଜନର ଅଧା ଥିଲା ବୋଲି କହିଛନ୍ତି ଡାକ୍ତର | ତେବେ ଦିଲ୍ଲୀରେ ଥିବା ଏକ ସିଟି ହସ୍ପିଟାଲରେ ମହିଳାଙ୍କ ଅଣ୍ଡାଶୟରୁ ୫୦କିଲୋଗ୍ରାମର ଟ୍ୟୁମର ବାହାର କରାଯାଇଥିବା ଜଣା ପଡିଛି | ଏହା ସହ ବିଶ୍ୱରେ ପ୍ରଥମ ଥର ପାଇଁ ଏତେ ଓଜନିଆ ଟ୍ୟୁମର ବାହାର କରାଯିବ ଘଟଣା ପ୍ରଥମ ବୋଲି ଦାବି କରିଛନ୍ତି ଡାକ୍ତର |
ମିଳିଥିବା ସୂଚନା ମୁତାବକ, ନୂଆଦିଲ୍ଲୀରେ ରହୁଥିବା ୫୨ ବର୍ଷୀୟ ମହିଳାଙ୍କର ଗତ କିଛି ମାସ ହେଲାଣି ଓଜନ ବଢ଼ୁଥିଲା | ଚାହୁଁ ଚାହୁଁ ତାଙ୍କ ଓଜନ ୧୦୬ରେ ପହଞ୍ଚିଯାଇଥିଲା | ନିକଟରେ ସେ ନିଶ୍ୱାସ ନେବାରେ ଅସୁବିଧା, ତଳ ପେଟରେ ତୀବ୍ର ଯନ୍ତ୍ରଣା ଏବଂ ଚାଲିବା ଏବଂ ଶୋଇବାରେ ଅସୁବିଧା ଅନୁଭବ କରିଥିଲେ ବୋଲି ଇନ୍ଦ୍ରପ୍ରଥା ଆପୋଲୋ ହସ୍ପିଟାଲର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ବାରିଆଟ୍ରିକ୍ ସର୍ଜରୀର ବରିଷ୍ଠ ପରାମର୍ଶଦାତା ଡାକ୍ତର ଅରୁଣ ପ୍ରସାଦ କହିଛନ୍ତି।
dnaindiaତେବେ ଏ ସବୁ ସମସ୍ୟା ହେବା ପରେ ମହିଳାଙ୍କୁ ଡାକ୍ତରଖାନା ଅଣାଯାଇଥିଲା | ପରୀକ୍ଷା ପରେ ମହିଳାଙ୍କ ଅଣ୍ଡାଶୟରେ ଟ୍ୟୁମର ବଢୁଥିବା ଦେଖିବାକୁ ମିଳିବା ସହ ଏହା ତାଙ୍କ ଅନ୍ତନଳୀ ଉପରେ ଚାପ ସୃଷ୍ଟି କରୁଥିବରୁ ପେଟର ଯନ୍ତ୍ରଣା ଏବଂ ଖାଦ୍ୟ ହଜମ କରିବାରେ ଅସମର୍ଥତା ସମସ୍ୟା ଦେଖା ଦେଉଥିବା ଜଣା ପଡିଥିଲା । ଏହା ସହ ତାଙ୍କ ହେମୋଗ୍ଲୋବିନ ସ୍ତର ୬କୁ ଖସି ଆସିଥିବା ବେଳେ ଆନେମିଆର ସମସ୍ୟା ଦେଖାଦେଇଥିଲା | ପରିସ୍ଥିତିକୁ ଦେଖି ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର ପାଇଁ କହିଥିଲେ | ଅଗଷ୍ଟ ୧୮ ରେ ସାଢେ ତିନି ଘଣ୍ଟାର ଅସ୍ତ୍ରୋପଚାର ପରେ ସର୍ଜନମାନଙ୍କର ଏକ ଟିମ୍ ଅଣ୍ଡାଶୟରୁ ୫୦କିଲୋଗ୍ରାମ ଟ୍ୟୁମର ବାହାର କରିଥିଲେ ବୋଲି ଜଣା ପଡିଛି। ଅସ୍ତ୍ରୋପଚାର ପରେ ମହିଳାଙ୍କ ଓଜନ ୫୬କିଲୋଗ୍ରାମକୁ ଖସି ଆସିଛି |
Follow Us