‘କର୍ମସଂସ୍ଥାନ ବଜେଟ୍‌’ ଉପସ୍ଥାପନ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ; ୫ ବର୍ଷରେ ୨୦ ଲକ୍ଷ ଚାକିରି ପାଇଁ ଲକ୍ଷ୍ୟ

Advertisment
‘କର୍ମସଂସ୍ଥାନ ବଜେଟ୍‌’ ଉପସ୍ଥାପନ କଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ; ୫ ବର୍ଷରେ ୨୦ ଲକ୍ଷ ଚାକିରି ପାଇଁ ଲକ୍ଷ୍ୟ

Image Courtesy of India Today

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମନୀଷ ସିସୋଦିଆ ‘ଆମ୍‌ ଆଦ୍‌ମୀ ପାଟି’ର ୮ମ ବଜେଟ୍‌ ଉପସ୍ଥାପନ କରିଛନ୍ତି।

ଦିଲ୍ଲୀ ପାଇଁ ଚଳିତ ବର୍ଷର ଏହି ବଜେଟ୍‌କୁ ସିସୋଦିଆ ‘କର୍ମସଂସ୍ଥାନ ବଜେଟ୍‌’ ଆଖ୍ୟା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୨-୨୩ ବର୍ଷ ପାଇଁ ମନୀଷ ସିସୋଦିଆ ୭୫,୮୦୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହା ହେଉଛି ୨୦୧୪-୧୫ରେ ଉପସ୍ଥାପିତ ବଜେଟ୍‌ ଠାରୁ (ଟ. ୩୦,୯୪୦ କୋଟି) ଅଢ଼େଇ ଗୁଣ ଅଧିକ।

publive-image Image Courtesy of Zee News

ବିଧାନସଭାରେ ମନୀଷ ସିସୋଦିଆ କହିଲେ, ଏହା ହେଉଛି ଆମେ ଉପସ୍ଥାପନ କରୁଥିବା ଅଷ୍ଟମ ବଜେଟ୍‌। ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବରେ ଉପସ୍ଥାପିତ ୭ଟି ବଜେଟ୍‌ ଦିଲ୍ଲୀର ସ୍କୁଲ୍‌ଗୁଡ଼ିକୁ ଉନ୍ନତ କରିବା ସହ ସମସ୍ତଙ୍କୁ ବିଜୁଳି ଯୋଗାଇଛି, ବିଜୁଳି ବିଲ୍‌ କମ୍‌ କରାଯାଇଛି ଏବଂ ମେଟ୍ରୋ ସେବା ସମ୍ପ୍ରସାରିତ ହୋଇଛି। ଗତ ସାତ ବର୍ଷରେ ‘ଆପ୍‌’ ସରକାର ୧ ଲକ୍ଷ ୭୮ ହଜାର ଯୁବକଙ୍କୁ ସ୍ଥାୟୀ ଚାକିରି ଦେଇଛି। କିନ୍ତୁ, ‘ଆପ୍‌’ ପୂର୍ବରୁ ଥିବା ସରକାର ଏଥିରେ ବିଫଳ ହୋଇଥିଲା।

ବଜେଟ୍‌ ଉପସ୍ଥାପନ ବେଳେ ଦିଲ୍ଲୀ ବିଧାନସଭାରେ ପଞ୍ଜାବର ଅର୍ଥମନ୍ତ୍ରୀ ହର୍‌ପାଲ୍‌ ସିଂହ ଚୀମା ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe