ମାଆ ମାଉସୀଙ୍କୁ ରହିଲା ରାଣ... ଦିଲ୍ଲୀ ଦଖଲ ପାଇଁ ଚାଲିଛି ହାଇଭୋଲଟେଜ୍ ପ୍ରଚାର

ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ... ତାପରେ ସରିଯିବ ସବୁ ନିବେଦନ, ସବୁ ଆବେଦନ । ସବୁ ପ୍ରକାର ବ୍ୟବହାର ଓ ଅଙ୍ଗଭଙ୍ଗୀରେ ବି ବିରାମ ଲାଗିବ । ନେତା ଫେରିଯିବେ ଜନତାଙ୍କ ପାଖରୁ, ଦେଇଯିବେ ପୁଳାପୁଳା ପ୍ରତିଶ୍ରୁତି...

last 5 pm

Photograph: (SAMBAD.IN)

ନୂଆଦିଲ୍ଲୀ: ହାତରେ ଆଉ ମାତ୍ର କେଇ ଘଣ୍ଟାର ସମୟ... ତାପରେ ସରିଯିବ ସବୁ ନିବେଦନ, ସବୁ ଆବେଦନ । ସବୁ ପ୍ରକାର ବ୍ୟବହାର ଓ ଅଙ୍ଗଭଙ୍ଗୀରେ ବି ବିରାମ ଲାଗିବ । ନେତା ଫେରିଯିବେ ଜନତାଙ୍କ ପାଖରୁ, ଦେଇଯିବେ ପୁଳାପୁଳା ପ୍ରତିଶ୍ରୁତି... ଆମକୁ ମନେରଖିଥିବେ, ଆମ ଚିହ୍ନକୁ ଭୁଲିବେନି, ଆମକୁ ଭୋଟ୍ ଦେବେ, ଯଦି ଆମେ ଜିତୁ ତାହାଲେ ଆପଣଙ୍କର ସବୁ ସୁବିଧା କରିଦେବୁ, ପୁଅ ପରି ଆପଣଙ୍କ ସେବା କରିବୁ ... ଏମିତି କେତେ କଣ କଥା ଦେଇ ଆଜିଠୁ ଚାଲିଯିବେ ନେତା । 

ଭୋଟ୍ ଖଣ୍ଡେ ପାଇଁ ଆଜି ହିଁ ନେତାଙ୍କ ପାଇଁ ଶେଷ ସୁଯୋଗ । ଯେଉଁଠି ଜନତାଙ୍କ ପାଖରେ ଗୁହାରୀ କରି ଗାଦି ପାଇବାକୁ ଶେଷ ପ୍ରସ୍ତୁତି । ଦିନକ ପରେ ଭୋଟ୍, ଆଜି ଶେଷ ଦିନରେ ଯିଏ ଯେତେ ପ୍ରଚାର କଲା, ଜନତାଙ୍କୁ ଖୁସି କରିଦେଲା ଫଳାଫଳ ଦିନ ସିଏ ହିଁ ବାଜିମାରିବ । ତେଣୁ ସନ୍ଧ୍ୟା ୫ଟା ପୂର୍ବରୁ ପ୍ରଚାର ସାରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ଦିଲ୍ଲୀର ସବୁ ଦଳ । 

ପ୍ରଚାରର ଶେଷ ଦିନରେ ଆଜି ଦିଲ୍ଲୀ ଛାତିରେ ଦେଖିବାକୁ ମିଳିବ ହାଇଭୋଲଟେଜ୍ ପ୍ରଚାର । ବିଜେପି ଆଜି ଦିନବ୍ୟାପୀ ମୋଟ୍ ୨୨ଟି ରୋଡ୍ ସୋ ଏବଂ ରାଲି କରିବାର ଯୋଜନା ରଖିଛି ଯାହାକି ଗତ ୨୫ ବର୍ଷ ଭିତରେ ପ୍ରଥମ ଥର । ବିଜେପିର ସବୁ ହେଭିୱେଟମାନେ ଆଜି ଦିଲ୍ଲୀରେ ଡେରା ପକାଇଛନ୍ତି ।

ସେହିପରି ଆପ୍ ଓ କଂଗ୍ରେସ ମଧ୍ୟ ଜୋରଦାର ପ୍ରଚାରରେ ମାତିଛନ୍ତି । ସକାଳୁ ଠାରୁ ଯାଏଁ ଜନସଭା, ରାଲି, ରୋଡ ସୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିଛି ।  ଜନତାଙ୍କ ମନ ଜିଣିବାକୁ ବିଜେପି, କଂଗ୍ରେସ, ଆମ ଆଦାମୀ ପାର୍ଟି ସମେତ ସବୁ ରାଜନୈତିକ ଦଳ ନିଜର ସମସ୍ତ ଶକ୍ତି ଖଟାଉଛନ୍ତି ।

ତେବେ ଦିଲ୍ଲୀର ୭୦ ବିଧାନସଭା ଆସନରେ ଏଥର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୬୯୯ ଜଣ ପ୍ରାର୍ଥୀ । ୫ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ଭୋଟ୍ । ସେପଟେ ଭୋଟ ପାଇଁ ଦିଲ୍ଲୀରେ ମୋଟ ୧୩ ହଜାର ୭୬୬ ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ୭୦ଟି ପୋଲିଂ ସେଣ୍ଟର କେବଳ ମହିଳାଙ୍କ ପାଇଁ, ୭୦ଟି ମତଦାନ କେନ୍ଦ୍ର ଦିବ୍ୟାଙ୍ଗଙ୍କ ପାଇଁ ରହିବ । ଆଇନଶୃଙ୍ଖଳା ପରିସ୍ଥିତି ସମ୍ଭାଳିବାକୁ ୩୫ ହଜାର ଯବାନ, ୧୯ ହଜାର ହୋମଗାର୍ଡ ଓ ୨୨୦ କେନ୍ଦ୍ରୀୟ ସୁରକ୍ଷା ବଳ କମ୍ପାନୀ ନିୟୋଜିତ ହେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe