ଦିଲ୍ଲୀ ନିର୍ବାଚନ: ବିପୁଳ ବିଜୟ ପରେ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ; ଉତ୍ତର ରଖିଲେ କେଜ୍ରିଓ୍ଵାଲ...

ଦିଲ୍ଲୀ ନିର୍ବାଚନ: ବିପୁଳ ବିଜୟ ପରେ ଆପ୍‌ ମୁଖ୍ୟ କେଜ୍ରିଓ୍ଵାଲଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ; ଉତ୍ତର ରଖିଲେ କେଜ୍ରିଓ୍ଵାଲ...

India Today

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ୬୦ରୁ ଅଧିକ ଆସନରେ ବିଜୟଲାଭ କରିବା ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ଦିଲ୍ଲୀରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ସରକାର ଗଠନ ଆଡ଼କୁ ଅଗ୍ରସର ହେଉଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ନିର୍ବାଚନରେ ଆପ୍‌ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜଣାଇଛନ୍ତି ଅଭିନନ୍ଦନ।

ଏକ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ କେଜ୍ରିଓ୍ଵାଲଜୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପାଇଁ ଆପଣଙ୍କୁ ଓ ଆପ୍‌କୁ ହାର୍ଦ୍ଦିକ ଅଭିନନ୍ଦନ। ଏବଂ ଦିଲ୍ଲୀ ବାସୀଙ୍କର ସବୁ ଆଶାକୁ ପୂରଣ କରିବା ଦିଗରେ ଆପଣ ଓ ଆପଣଙ୍କ ଦଳ ଆନ୍ତରିକତାର ସହ କାର୍ଯ୍ୟ କରିବ ବୋଲି ଆଶା ରଖୁଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏ ଟୁଇଟ ପାଇବା ପରେ କେଜ୍ରିଓ୍ଵାଲ ମଧ୍ୟ କାଳବିଳମ୍ବ ନକରି ଟୁଇଟ ଜରିଆରେ ନିଜର ଉତ୍ତର ରଖିଥିଲେ। କେଜ୍ରିଓ୍ଵାଲ ଲେଖିଥିଲେ, ବହୁତ ବହୁତ ଧନ୍ୟବାଦ ସାର୍‌। ମୁଁ ମଧ୍ୟ ଆଗକୁ କେନ୍ଦ୍ର ସହ ମିଶି କାର୍ଯ୍ୟ କରିବାର ଯୋଜନା ରଖିଛି ଏବଂ ଆମ ଦେଶର ରାଜଧାନୀ ସହର ଦିଲ୍ଲୀକୁ ବିଶ୍ୱର ୧ ନମ୍ବର ସହରରେ ପରିଣତ କରିବା ପାଇଁ ଯୋଜନା ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe