ଦିଲ୍ଲୀ ନିର୍ବାଚନ: ପ୍ରଚାର ଶେଷ, ୫ରେ ଭୋଟ୍‌

ଫେବ୍ରୁଆରି ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଗତ ୨୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ବାହାରେ ଥିବା ବିଜେପି ଚଳିତ ନିର୍ବାଚନ ପାଇଁ ଦିଲ୍ଲୀରେ ୨୨ଟି ରୋଡ୍‌ସୋ ଏବଂ ରୢାଲି କରିଛି।

election

ନୂଆଦିଲ୍ଲୀ:  ଫେବ୍ରୁଆରି ୫ ତାରିଖରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଗତ ୨୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରୁ ବାହାରେ ଥିବା ବିଜେପି ଚଳିତ ନିର୍ବାଚନ ପାଇଁ ଦିଲ୍ଲୀରେ ୨୨ଟି ରୋଡ୍‌ସୋ ଏବଂ ରୢାଲି କରିଛି।  ଅନ୍ୟପକ୍ଷେ ଲଗାତାର ୨ ଥର ଦିଲ୍ଲୀ ବିଧାନସଭା ନିର୍ବାଚନ ଜିତି ଆସିଥିବା ଆପ୍‌ ଚଳିତ ଥର ହାଟ୍ରିକ୍‌ ବିଜୟ ହାସଲ କରିବ ବୋଲି ଲକ୍ଷ୍ୟ ରଖିଛି।  ସେହିପରି  ଦିଲ୍ଲୀରେ ଲଗାତାର ୧୫ ବର୍ଷ  ୧୯୯୮ରୁ ୨୦୧୩ ମଧ୍ୟରେ କ୍ଷମତାରେ ଥିବା କଂଗ୍ରେସ ମଧ୍ୟ ଚଳିତ ଥର କ୍ଷମତାକୁ ଫେରିବାପାଇଁ ସବୁ ଉଦ୍ୟମ ଲଗାଇ ଦେଇଛି।

 ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ଦିଲ୍ଲୀରେ ମୋଟ୍‌ ୧.୫୬ କୋଟି ଭୋଟର୍‌ ଭୋଟ୍‌ ଦେବାପାଇଁ ଯୋଗ୍ୟ ବିବେଚିତ। ୧୩,୭୬୬ ଭୋଟିଂ ବୁଥ୍‌ରେ ଭୋଟ୍‌ ଦେବାପାଇଁ ବ୍ୟବସ୍ଥା କରାଯିବ।  ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଭାବେ ୭୩୩ଟି ଭୋଟିଂ ବୁଥ୍‌ ବ୍ୟବସ୍ଥା କରାଯାଇଛି।   ଚଳିତ ଥର ଦିଲ୍ଲୀ ନିର୍ବାଚନ ମଇଦାନରେ ମୋଟ୍‌ ୬୯୯ ପ୍ରାର୍ଥୀ ଅଛନ୍ତି। ୨୦୨୦ ନିର୍ବାଚନରେ ପ୍ରାର୍ଥୀଙ୍କ ସଂଖ୍ୟା ୬୭୨ ଥିଲା। ଆଜି ଶେଷ ଦିନର ନିର୍ବାଚନ ପ୍ରଚାରରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନିର୍ବାଚନମଣ୍ଡଳୀ କାଲ୍‌କାଜୀ ଏବଂ ଛତ୍ରପୁରରେ ନିର୍ବାଚନ ପ୍ରଚାର କରିଛନ୍ତି।  ଉଲ୍ଲେଖଯୋଗ୍ୟ,  ୫ରେ ଦିଲ୍ଲୀରେ ୭୦ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ୮ ତାରିଖରେ ଭୋଟ୍‌ ଗଣତି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe