Delhi Elections: Tough fight, AP 35 and BJP leading in 34 seats Photograph: (sambad.in)
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଆପ୍ ୩୫ ଏବଂ ବିଜେପି ୩୪ ଆସନରେ ଆଗୁଆ ରହିଛି।
ସେହିପରି ଅରବିନ୍ଦ କେଜରିୱାଲ, ମୁଖ୍ୟମନ୍ତ୍ରୀ ଅତିଶୀ ମାର୍ଲେନା ଏବଂ ମନୀଷ ସିସୋଡିଆଙ୍କ ସମେତ ଆମ ଆଦମୀ ପାର୍ଟିର ଅନେକ ବଡ଼ ଚେହେରା ପଛରେ ପଡ଼ିଯାଇଛନ୍ତି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ: ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ, ଜାଣନ୍ତୁ ଆପ୍ର ଅବସ୍ଥା
ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନ: ଭୋଟ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ଅରବିନ୍ଦ କେଜରିୱାଲ, ମନୀଷ ସିସୋଡିଆ ଏବଂ ଆତିଶୀ ପଛୁଆ
Follow Us