Delhi Pollution Photograph: (Sambad.in)
ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ନେଇ ବଡ଼ ବୟାନ ଦେଲେ ଦିଲ୍ଲୀର ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା । ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ଚେତାବନୀ ଦେଇଛନ୍ତି । କହିଛନ୍ତି-ଆସନ୍ତାକାଲି ଠାରୁ ପଶ୍ଚିମା ବାୟୁ ପ୍ରଭାବରେ ଦିଲ୍ଲୀର ପାଗ ପୁନର୍ବାର ଖରାପ ହୋଇପାରେ । ଘନ କୁହୁଡ଼ିର ଆଶଙ୍କା ଅଧିକ ହୋଇପାରେ । ପୂର୍ବ ବର୍ଷର ତଥ୍ୟ ଅନୁଯାୟୀ, ବାୟୁ ଗୁଣବତ୍ତା ଆହୁରି ଖରାପ ହେବାର ଆଶଙ୍କା ରହିଛି । ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଚିନ୍ତା ପ୍ରକଟ କରିଛନ୍ତି ଦିଲ୍ଲୀର ପରିବେଶ ମନ୍ତ୍ରୀ । ଆଜି ମଧ୍ୟ ଦିଲ୍ଲୀର ବାୟୁର ମାନ ଅତି ଖରାପ ସ୍ଥିତିରେ ରହିଛି ।
ଆହୁରି ପଢନ୍ତୁ- Shocking Incident: କୁକୁର ପାଇଁ ଚାଲିଗଲା ଜୀବନ: ପୋଷା ପ୍ରାଣୀ ପାଇଁ ପ୍ରାଣ ହାରିଦେଲେ ଦୁଇ ଭଉଣୀ...
ସକାଳେ ଦିଲ୍ଲୀର ଏକ୍ୟୁଆଇ ୩୦୫ ଥିଲା, ଯାହା ଅତିଖରାପ ଶ୍ରେଣୀରେ। ଆଇଟିଓ, ଆନନ୍ଦ ବିହାର, ବବାନା ଆଦି ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି । ଜିଆରଏପି-୪ ଉଠାଇ ଦିଆଯାଇଥିଲେ ମଧ୍ୟ ପରିବେଶ ମନ୍ତ୍ରୀ ଦିଲ୍ଲୀବାସୀଙ୍କୁ ସତର୍କ ରହିବାକୁ ଏବଂ ପ୍ରଦୂଷଣ କମ୍ କରିବା ପାଇଁ ସାମୂହିକ ପ୍ରୟାସ ଜାରି ରଖିବାକୁ ଅପିଲ୍ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀ ସରକାର ଜଳାଶୟ ପୁନରୁଦ୍ଧାର ପାଇଁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଆହୁରି ପଢନ୍ତୁ-Killer Tusker: ନରହନ୍ତା ଦନ୍ତାର ଆତଙ୍କ: ହଇରାଣ କରୁଛି ହାତୀ, ଉପଦ୍ରବରେ ଅଣନିଃଶ୍ବାସୀ ମଣିଷ, ୩ ଦିନ ଧରି ନାକେଦମ୍ ବନ ବିଭାଗ...
ତେବେ ଦିଲ୍ଲୀର ଏହି ଅବସ୍ଥା ପାଇଁ ଅନେକ କାରଣ ଦାୟୀ । ପ୍ରଥମତଃ, ପଡ଼ୋଶୀ ରାଜ୍ୟ ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନଙ୍କ ଦ୍ୱାରା ନଡ଼ା ପୋଡ଼ି ଜାରି ରହିଛି, ଯାହାର ଧୂଆଁ ପବନ ସହ ମିଶି ଦିଲ୍ଲୀକୁ ପ୍ରଦୂଷିତ କରୁଛି । ଦ୍ୱିତୀୟରେ, ଶୀତଦିନେ ବାୟୁର ଗତି ଧୀର ହୋଇଯାଉଥିବାରୁ ପ୍ରଦୂଷଣକାରୀ କଣିକାଗୁଡ଼ିକ ଉପରକୁ ଯାଇପାରନ୍ତି ନାହିଁ । ଏହା ବ୍ୟତୀତ ଯାନବାହନରୁ ନିର୍ଗତ ଧୂଆଁ, ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ଧୂଳି ଏବଂ ଶିଳ୍ପ ପ୍ରଦୂଷଣ ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି ।
Follow Us