ପରିବାରର ୧୦ ସଦସ୍ୟଙ୍କୁ ଆତ୍ମହତ୍ୟା କରାଇଥିବା ଲଲିତ ଶରୀରରେ ବାପାଙ୍କ ଭୂତ ସବାର ହୋଇଥିଲା

Advertisment
ପରିବାରର ୧୦ ସଦସ୍ୟଙ୍କୁ ଆତ୍ମହତ୍ୟା କରାଇଥିବା ଲଲିତ ଶରୀରରେ ବାପାଙ୍କ ଭୂତ ସବାର ହୋଇଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ସନ୍ତ ନଗରରେ ଗୋଟିଏ ପରିବାରରେ ୧୧ଜଣ ସଦସ୍ୟଙ୍କ ଆତ୍ମହତ୍ୟା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପରି ଏକ ଦୁଃଖଦ ଘଟଣାର ସ୍ପଷ୍ଟ କାରଣ ବି ଏଯାବତ୍‌ ଜଣାପଡ଼ି ନାହିଁ। ବର୍ତ୍ତମାନ ମିଳିଥିବା ସୂଚନା ମୁତାବକ ପରିବାରର ୧୧ଜଣ ସଦସ୍ୟ ଘରର ତୃତୀୟ ପୁତ୍ର ଲଲିତ ଭାଟିଆଙ୍କ ଇଙ୍ଗିତରେ ଆତ୍ମହତ୍ୟା କରିଛନ୍ତି। ମାନସିକ ବିକୃତି ‘ଡିଲ୍ୟୁଜିନାଲ୍‌ ଡିଜର୍ଡର୍‌’ର ଶିକାର ଲଲିତ ଏହି ଗଣ ଆତ୍ମହତ୍ୟା ଲାଗି ପରିବାରକୁ ପ୍ରବର୍ତ୍ତାଇ ଥିଲେ। ଏହା ମଧ୍ୟ ଚର୍ଚ୍ଚା ହେଉଛି କି ଲଲିତ୍‌ଙ୍କ ଉପରେ ତାଙ୍କର ମୃତ ବାପାଙ୍କର ଭୂତ ସବାର ଥିଲା। ୨୦୦୭ ମସିହାରେ ଲଲିତଙ୍କ ବାପାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ଲଲିତ ହଠାତ ବିଶ୍ୱାସ କରିବା ଆରମ୍ଭ କରିଥିଲେ କି ତାଙ୍କ ଦେହରେ ବାପାଙ୍କ ଆତ୍ମା ସବାର ହୋଇଛି। ଏଣୁ ଚର୍ଚ୍ଚା ଜୋର ଧରିଛି କି ଲଲିତ ହୁଏତ ଆତ୍ମାର ପ୍ରଭାବରେ ଏପରି ନିଷ୍ପତ୍ତି ନେଇଛନ୍ତି।

publive-image

ଲଲିତ ଭାଟିଆ ତାଙ୍କ ତଳ ଘରେ ପ୍ଲାଏଉଡ୍‌ ବ୍ୟବସାୟ କରନ୍ତି।  ତାଙ୍କ ଦୋକାନରେ ପ୍ରାୟ ୭/୮ ବର୍ଷ ଧରି କାମ କରୁଥିବା ଅହମ୍ମଦ ଅଲ୍ଲୀ ନାମକ ବଢ଼େଇ କହନ୍ତି, ଘର କାନ୍ଥରେ ୧୧ଟି ପାଇପ୍‌ ଲଗାଯିବା କାମ ଲଲିତ ହିଁ କରାଇଛନ୍ତି। କିନ୍ତୁ ଏଇ ପାଇପ୍‌ ଯେ ଗଣ ଆତ୍ମହତ୍ୟା ସହ ଜଡ଼ିତ ତାହା ଆମର ବିଶ୍ୱାସ ହେଉନାହିଁ। ଲଲିତ ଅତ୍ୟନ୍ତ ଧୀରସ୍ଥିର ଥିଲେ। ଏତେ ବଡ଼ କାଣ୍ଡ ଭିଆଇବା ଯୋଜନା ଯେ କରୁଛନ୍ତି ତାହା ଆଦୌ ଜଣାପଡ଼ୁ ନଥିଲା।

ଏହି ଘଟଣାର ତଦନ୍ତ ସହ ଜଡ଼ିତ ଥିବା କ୍ଲିନିକାଲ୍‌ ସାଇକୋଲୋଜିଷ୍ଟ ରଜତ୍‌ ମିତ୍ର କହନ୍ତି, ଲଲିତଙ୍କ ଉପରେ ପରିବାରର ସମସ୍ତ ସଦସ୍ୟଙ୍କର ଗଭୀର ବିଶ୍ୱାସ ଥିଲା। ସେମାନେ ତା’ର କୌଣସି କଥାକୁ ସନ୍ଦେହ କରୁ ନ ଥିଲେ। ଉଲ୍ଲେଖଯୋଗ୍ୟ, କି ପୂର୍ବରୁ ଲଲିତ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇ ତିନିବର୍ଷ ଲାଗି ମୁକ ହୋଇଯାଇଥିଲେ। ଏହାପରେ ବିଭିନ୍ନ ଧାର୍ମିକ କ୍ରିୟାକଳାପ ପରେ ବାକ୍‌ ଶକ୍ତି ଫେରି ପାଇଥିଲେ। ଏହାପରେ ବାପାଙ୍କ ବ୍ୟବସାୟ ସମ୍ଭାଳିବା ସହ ଧୀରେଧୀରେ ସାରା ପରିବାରର ଦାୟିତ୍ୱ ନେଇଥିଲେ।

publive-image

ଏଯାବତ୍‌ ଏହା ସ୍ପଷ୍ଟ ହୋଇନାହିଁ କାହିଁକି ଲଲିତ ପୂରା ପରିବାରକୁ ମୃତ୍ୟୁ ମୁଖକୁ ଟାଣି ନେଲେ। ଏହା ଭୂତ-ପ୍ରେତ ସବାର ହେବା ହେତୁ ନା ଅନ୍ୟ କିଛି, ତାହା ତଦନ୍ତ ଅାଗକୁ ବଢ଼ିଲେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe