ଦିଲ୍ଲୀର ଲଢ଼େଇ: ବିଜେପିର ଯାଦୁ କାମ କଲା,ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ

ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି...

ଅଦ୍ୟତନ ହୋଇଛି
Delhi fight: BJP's magic worked, App's position in hot seat is bad

Delhi fight: BJP's magic worked, App's position in hot seat is bad Photograph: (sambad.in)

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   
ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି।

 ଅରବିନ୍ଦ କେଜରିୱାଲଙ୍କ ସମେତ ଆମ ଆଦମୀ ପାର୍ଟିର ଅନେକ ବଡ଼ ଚେହେରା ପଛରେ ପଡ଼ିଯାଇଛନ୍ତି। 

ଗ୍ରେଟର କୈଳାସ ଆସନରେ ଚତୁର୍ଥ ପର୍ଯ୍ୟାୟ ଗଣନା ପରେ, ବିଜେପିର ଶିଖା ରାୟ ୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଆଗରେ ଅଛନ୍ତି। ଆମ ଆଦମୀ ପାର୍ଟିର ସୌରଭ ଭରଦ୍ୱାଜ ଏଠାରେ ଲଗାତାର ଭାବରେ ଆଗୁଆ ଥିଲେ, କିନ୍ତୁ ବର୍ତ୍ତମାନ ସେ ପଛରେ ପଡ଼ିଛନ୍ତି। 
ଜଙ୍ଗପୁରା ଆସନରୁ ମନୀଷ ସିସୋଡିଆ ଆଗୁଆ ଅଛନ୍ତି।

ଦ୍ୱିତୀୟ ପର୍ଯ୍ୟାୟ ପରେ, ଆପର ମନୀଷ ସିସୋଡିଆ ଜଙ୍ଗପୁରା ଆସନରୁ ୨୩୦୦ ଭୋଟରେ ଆଗୁଆ ଅଛନ୍ତି। ଏପର୍ଯ୍ୟନ୍ତ ଏଠାରେ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।

କାଲକାଜୀ ଆସନରେ ଚତୁର୍ଥ ପର୍ଯ୍ୟାୟ ଗଣନା ପରେ, ରମେଶ ବିଧୁରୀ ୧୬୩୫ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା ପଛରେ ଅଛନ୍ତି।

ଜନକପୁରୀ ବିଧାନସଭା ଆସନରେ ଦ୍ୱିତୀୟ ପର୍ଯ୍ୟାୟ ଗଣତି ପରେ ଆଶିଷ ସୁଦ ପ୍ରାୟ ୧୦,୦୦୦ ଭୋଟରେ ଆଗୁଆ ଅଛନ୍ତି। ତିଲକ ନଗରରୁ ଆପର ଜର୍ଣ୍ଣୈଲ ସିଂହ ତିନି ରାଉଣ୍ଡ ପରେ ୧୧୦୦୦ ଭୋଟରେ ଆଗୁଆ ଅଛନ୍ତି। ଆପ୍‌ର ରାଖୀ ବିର୍ଲା ମାଦିପୁରରୁ ୪୨ ଭୋଟରେ ଆଗରେ ଅଛନ୍ତି। ମୋତି ନଗରରୁ ବିଜେପିର ହରିଶ ଖୁରାନା ୨୦୦୦ ଭୋଟରେ ଆଗରେ ଅଛନ୍ତି। ହରି ନଗରରୁ ବିଜେପିର ଶ୍ୟାମ ଶର୍ମା ୫୦୦୦ ଭୋଟରେ ଆଗରେ ଅଛନ୍ତି। ତୃତୀୟ ପର୍ଯ୍ୟାୟ ଗଣତି ପରେ ନାଙ୍ଗଲୋଇର ବିଜେପି ପ୍ରାର୍ଥୀ ୩୦୦୦ ଭୋଟରେ ଆଗରେ ଅଛନ୍ତି। 

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ନିର୍ବାଚନ: ​​ବିଜେପି ଏକତରଫା ବିଜୟ ମୁହାଁ

ମୁସ୍ତାଫାବାଦ ଆସନରୁ ଚତୁର୍ଥ ପର୍ଯ୍ୟାୟ ଗଣନା ପରେ, ବିଜେପିର ମୋହନ ସିଂହ ବିଷ୍ଟ ୨୧୨୮୬ ଭୋଟରେ ଆଗୁଆ ଅଛନ୍ତି। ଏଆଇଏମଆଇଏମ ର ତାହିର ହୁସେନ ପଛରେ ଅଛନ୍ତି। 

ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ସରକାର ଗଠନ ପାଇଁ କୁହୁକ ସଂଖ୍ୟା ୩୬ ରହିଛି। 

ଅଧିକ ପଢ଼ନ୍ତୁ: ଦିଲ୍ଲୀ ନିର୍ବାଚନର ପ୍ରାରମ୍ଭିକ ଟ୍ରେଣ୍ଡ, ବିଜେପି ୫୦ ଆସନ ଛୁଇଁଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe