ଦିଲ୍ଲୀ ଲକ୍ଷ୍ମୀନଗର ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୫ରୁ ଊର୍ଧ୍ୱ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ

Advertisment
ଦିଲ୍ଲୀ ଲକ୍ଷ୍ମୀନଗର ବସ୍ତିରେ ଭୟାବହ ଅଗ୍ନିକାଣ୍ଡ, ୫ରୁ ଊର୍ଧ୍ୱ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ଅପରାହ୍ନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳସ୍ଥିତ ବସ୍ତିରେ ଘଟିଥିବା ସୂଚନା ମିଳିଛି। ତେବେ ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏବେ ବି ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାଯୋଗ୍ୟ, ରାୟ ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ଏକ କାରଖାନାରେ ଆଜି ଅପରାହ୍ନରେ ନିଆଁ ଲାଗି ଆଖପାଖକୁ ୟୁନିକୁ ବ୍ୟାପି ଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ନିଆଁ ୟୁନିଟ ନମ୍ବର ୩୧୨ରୁ ୟୁନିଟ ନମ୍ବର ୨୯୧, ୨୯୨ ଓ ୨୯୩ ପର୍ଯ୍ୟନ୍ତ ଦ୍ରୁତ ଗତିରେ ବ୍ୟାପି ଯାଇଇଥିଲା। ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ୫ଜଣ ଶମ୍ରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଅନୁମାନ ଲାଗାଯାଉଛି। ନିଆଁ ଭିତରେ ଆହୁରି ଅନେକ ଶ୍ରମିକ ଫସିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe