ନୂଆଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ୩ ଅଗ୍ନିଶମ କର୍ମଚାରୀ ଆହତ

Advertisment
ନୂଆଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ୩ ଅଗ୍ନିଶମ କର୍ମଚାରୀ ଆହତ

Image Source-Amarujala

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି ଜୋତା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏଥିରେ ୩ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାର ସୂଚନା ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ନରେଲା ଶିଳ୍ପାଞ୍ଚଳରେ ଥିବା ଦୁଇଟି ଜୋତା କାରଖାନାରେ ନିଆଁ ଲାଗିଥିଲା। ସେଠାରେ ନିଆଁ ଲିଭାଇବା କାର୍ଯ୍ୟରେ ୨୨ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିବାର ଖବର ମିଳିଛି । ଗୋଟିଏ କାରଖାନାରେ ନିଆଁ ସମ୍ପୂର୍ଣ୍ଣ ବ୍ୟାପି ଯାଇଥିବା ବେଳେ ଅନ୍ୟ କାରଖାନାରେ ଅଗ୍ନିଶମ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ନିଆଁଲିଭା କାର୍ଯ୍ୟରେ ନିୟୋଜିତ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବାର ବି ଖବର ମିଳିଛି ।
ଏଯାବତ୍ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କିନ୍ତୁ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ରବିବାର ଦିନ ଅଗ୍ନିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିଭଳି କିଛି ଦିନ ପୂର୍ବରୁ ନୂଆଦିଲ୍ଲୀର ଶାଲିମାରବାଗ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୪ ଜଣ ଲୋକ ଆହତ ହୋଇଥିଲେ ।
ଦିଲ୍ଲୀରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଉନଥିବାର ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe