(Photo Credits: IANS)
ନୂଆଦିଲ୍ଲୀ: ରବିବାର ସକାଳେ ରାଜଧାନୀର ରାଣୀ ଝାନ୍ସୀ ମାର୍ଗସ୍ଥିତ ଗୋଟାଏ ପାଞ୍ଚ ତାଲା କୋଠାରେ ଥିବା କାର୍ଡବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ୪୩ ଜଣ ଲୋକଙ୍କର ମୃତ୍ୟୁ ଘଟିବା ପରେ ଦିଳ୍ଲୀ ପୁଲିସ୍ କାରଖାନା ମାଲିକ ଓ ପରିଚାଳକଙ୍କୁ ଗିରଫ କରିଛି। କାରଖାନାର ମାଲିକ ହେଉଛନ୍ତି ରେହାନ।
ଏ ସଂପର୍କରେ ସୂଚନା ଦେଇ ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ‘ଯେଉଁ କାରଖାନାରେ ଅଗ୍ନିକାଣ୍ଡ ଘଟି ଏତେ ଲୋକଙ୍କ ଜୀବନ ଯାଇଛି ସେହି କାରଖାନା ବିଲ୍ଡିଂର ଏନ୍ଓସି ସାର୍ଟିଫିକେଟ୍ ନଥିଲା।
ଉଲ୍ଲେଖଯୋଗ୍ୟ, ଏହି ଅଗ୍ନିକାଣ୍ଡ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘଟଣାର ତଦନ୍ତ କରି ସାତ ଦିନ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଭୋର୍ ପ୍ରାୟ ୫ଟାରେ ନିଆଁ ଲାଗିଥିବା ସେ ପାଞ୍ଚ ତାଲା ଘରେ ପ୍ରାୟ ୬୦/୭୦ ଜଣ ଲୋକ ଶୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଠିକା ଶ୍ରମିକ ଏବଂ କାରଖାନାର କର୍ମୀ ଥିଲେ।
ଧୂଆଁରେ ରୁନ୍ଧି ହୋଇ ଅଣନିଶ୍ୱାଃସୀ ହୋଇଯିବାରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଛି ବୋଲି ଲୋକ ନାୟକ ହସ୍ପିଟାଲ୍ର ନିର୍ଦେଶକ କିଶୋର ସିଂହ କହିଛନ୍ତି।
Follow Us