ମନେପଡ଼େ ୧୯୭୮ ମସିହାର ହୃଦୟଥରା ବନ୍ୟା: ହସ୍ତସନ୍ତ ହୋଇଥିଲେ ଦିଲ୍ଳୀବାସୀ

ପଞ୍ଜାବ ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ପାଖାପାଖି ୫୦ ଜଣଙ୍କ ଜୀବନ ଯାଇ ସାରିଲାଣି। ଏହି ବନ୍ୟାରେ ପଞ୍ଜାବର ପ୍ରାୟ ୧୯୦୨ ଗାଁ ପ୍ରଭାବିତ ହୋଇଥିବା ବେଳେ ମନେପଡ଼େ ୧୯୭୮ ମସିହାର ସେ ହୃଦୟଥରା ବନ୍ୟା ଯନ୍ତ୍ରଣା। 

New Project (51)

ନୂଆଦିଲ୍ଳୀ: ପଞ୍ଜାବ ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ପାଖାପାଖି ୫୦ ଜଣଙ୍କ ଜୀବନ ଯାଇ ସାରିଲାଣି। ଏହି ବନ୍ୟାରେ ପଞ୍ଜାବର ପ୍ରାୟ ୧୯୦୨ ଗାଁ ପ୍ରଭାବିତ ହୋଇଥିବା ବେଳେ ମନେପଡ଼େ ୧୯୭୮ ମସିହାର ସେ ହୃଦୟଥରା ବନ୍ୟା ଯନ୍ତ୍ରଣା। 

ରାଜଧାନୀ ଦିଲ୍ଲୀର କିଛି ଅଞ୍ଚଳ ସଂପ୍ରତି ବନ୍ୟାରେ ବୁଡ଼ି ରହିଛି। ପ୍ରବଳ ବର୍ଷା ଏବଂ ହାଥିନିକୁଣ୍ଡ ବ୍ୟାରେଜରୁ ପାଣି ଛାଡ଼ିବା ଯୋଗୁଁ, ଯମୁନା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଖପାଖର ବସ୍ତିଗୁଡ଼ିକ ପାଣିରେ ବୁଡ଼ି ରହିଥିବା ନଜରକୁ ଆସିଛି। ଏଠାରେ ବସବାସ କରୁଥିବା ଲୋକ ଅନ୍ୟ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଛନ୍ତି।

ଲାଲକିଲ୍ଲା ଏବଂ ସଚିବାଳୟର ମୁଖ୍ୟ ରାସ୍ତାଗୁଡ଼ିକ ମଧ୍ୟ ପାଣିରେ ବୁଡ଼ି ରହିଥିବା ଦେଖାଯାଉଛି। ବନ୍ୟାର ସାମ୍ପ୍ରତିକ ଚିତ୍ର ଏବଂ ଆଜିର ପରିସ୍ଥିତି ଆମକୁ ୧୯୭୮ ମସିହାର ବନ୍ୟାକୁ ମନେପକାଇ ଦେଇଛି, ଯେଉଁ ବନ୍ୟାରେ ଦିଲ୍ଳୀର ଅବସ୍ଥା ପୂରା ବିଗିଡ଼ି ଯାଇଛି।

୧୯୭୮ ମସିହାର ବନ୍ୟାରେ ଦିଲ୍ଲୀର ପୁରୁଣା ରେଳସେତୁରେ ଜଳସ୍ତର ୨୦୨୭.୪୯ ମିଟର (୬୮୦.୭୫ ଫୁଟ)ରେ ପହଞ୍ଚିଥିଲା। ଦିଲ୍ଲୀର ପଲ୍ଲା ଗ୍ରାମ ଏବଂ ବାୱାନା ଏସ୍କେପ୍ ଆଉଟ୍‌-ଫଲ୍ ମଧ୍ୟରେ ନିର୍ମିତ ବନ୍ଧ ମଧ୍ୟ ଭାଙ୍ଗି ଯାଇଥିଲା। ଏହି ଦୁର୍ଘଟଣା ଯୋଗୁଁ ଆଲିପୁର ବ୍ଲକର ଏକ ବଡ଼ ଅଞ୍ଚଳ ଏବଂ ଆଦର୍ଶନଗର, ମଡେଲଟାଉନ୍, ମୁଖାର୍ଜୀନଗର ଭଳି ସହରାଞ୍ଚଳ ଜନବସତି ଗଭୀର ପାଣିରେ ବୁଡ଼ି ଯାଇଥିଲା।

ଏହି ବନ୍ୟାରେ ହାରାହାରି ୧୦ କ‌ୋଟି ଟଙ୍କା କ୍ଷତି ହୋଇଥିଲା। ସବୁଠାରୁ ଦୁଃଖର ବିଷୟ ଥିଲା ଏଥିରେ ୧୮ଜଣ ଲୋକଙ୍କ ଜୀବନ ଚାଲି ଯାଇଥିଲା। ହଜାରହଜାର ଲୋକ ବାସହୀନ ହୋଇଯାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe