କର୍ଫ୍ୟୁ ଘୋଷଣା ହେବା କ୍ଷଣି କୋଭିଡ କଟକଣାକୁ ଫୁ କରି ମଦ ଦୋକାନ ସାମ୍ନାରେ ଭିଡ ଜମାଇଲେ ଲୋକେ

କର୍ଫ୍ୟୁ ଘୋଷଣା ହେବା କ୍ଷଣି କୋଭିଡ କଟକଣାକୁ ଫୁ କରି ମଦ ଦୋକାନ ସାମ୍ନାରେ ଭିଡ ଜମାଇଲେ ଲୋକେ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍‌ଜନିତ ମହାମାରୀ ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ୨.୭୩ ଲକ୍ଷ ଟପି ଏଯାବତ୍‌ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ଏହି କ୍ରମରେ ଜାତୀୟ ରାଜଧାନୀରେ କୋଭିଡ୍‌-୧୯ ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବା ପାଇଁ ଏପ୍ରିଲ୍‌ ୧୯ ତାରିଖ ମଧ୍ୟରାତ୍ରରୁ ଏପ୍ରିଲ୍‌ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କର୍ଫ୍ୟୁ ଜାରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

କର୍ଫ୍ୟୁ ଘୋଷଣା ହେବା ଶୁଣିବା ପରେପରେ ମଦ ଦୋକାନରେ ଲୋକଙ୍କ ଅଧିକ ଭିଡ ଜମିଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ଗୋଲ୍ ମାର୍କେଟରେ ପ୍ରବଳ ଗହଳି ହୋଇଥିଲା । ଲୋକମାନେ ମଦ ଦୋକାନ ସାମ୍ନାରେ ଭିଡ ଜମାଇଥିଲେ। ଏହାସହ ପେଟି ପେଟି ମଦ ଓ ବିଅର କିଣି ଗଚ୍ଛିତ କରିବା ଲାଗି ନେଇଯାଇଥି‌ଲେ । ଦରିୟାଗଞ୍ଜ ଓ ଅନ୍ୟ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦଖିବାକୁ ମିଳିଛି ।

liquor shops

ଗୋଲ୍ ମାର୍କେଟରେ ମଦ ଦୋକାନ ସାମ୍ନାରେ ଏତେ ଗହଳି ହୋଇଥିଲା ଯେ ପିସିଆର ଭ୍ୟାନକୁ ଆସିବାକୁ ପଡିଥିଲା । ପୂର୍ବବର୍ଷ ମଧ୍ୟ ଲକଡାଉନ୍ ସମୟରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଦିଲ୍ଲୀରେ କରୋନା ସଂକ୍ରମଣକୁ ଦେଖି କେଜ୍ରିୱାଲ କହିଛନ୍ତି, ‘‘ଦିଲ୍ଲୀରେ କୋଭିଡ୍-୧୯ର ଚତୁର୍ଥ ପ୍ରବାହ ଚାଲିଛି। ଏବେ ୨୫୦୦୦ ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଦିଲ୍ଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା ତା’ର ଶେଷ ସୀମା ସ୍ପର୍ଶ କଲାଣି। ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି ବୋଲି ମୁଁ କହୁନାହିଁ, କିନ୍ତୁ  ‌ଶେଷ ସୀମା ସ୍ପର୍ଶ କଲାଣି।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe