ଦିଲ୍ଲୀର ନାବାଳିକା ପୁରୀରୁ ଉଦ୍ଧାର

Advertisment
୨୨ରୁ ପୁରୀକୁ ଆସିବେ ସବୁ ନିର୍ବାଚନମଣ୍ଡଳୀରୁ ଭକ୍ତ: ଦେବେ ଅକ୍ଷତ ଓ ଗୁଆ

Jagannath Dham

ପୁରୀ: ଗତ ୧୨ ତାରିଖ ଦିନ ନିଜାମୁଦ୍ଦିନ ‌‌ଷ୍ଟେସନରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳିକାକୁ ପୁରୀ ଷ୍ଟେସନରେ ଠାବ କରାଯାଇଛି। ପୁରୀ ଜିଆର୍‌ପି ଥାନା ପୁଲିସ, ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ଓ ଶିଶୁ କଲ୍ୟାଣ ସମିତିର ମିଳିତ ଉଦ୍ୟମ ଫଳରେ ଏହି ନାବାଳିକାର ପରିବାରକୁ ପୁରୀକୁ ଡକାଇ ତାଙ୍କ ଜିମାରେ ଦେଥିବା ଜଣାପଡ଼ିଛି। ଆସନ୍ତାକାଲି ମାନସିକ ଏହି ନାବାଳିକାକୁ ତା’ର ପରିବାର ଲୋକେ ନନ୍ଦନକାନନ ଟ୍ରେନ୍‌ରେ ନେଇଯିବେ ବୋଲି ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଗତ ୧୪ ତାରିଖ ଦିନ ପୁରୀ ‌ଷ୍ଟେସନରୁ ଜିଆର୍‌ପି ଥାନା ପୁଲିସ ଜଣେ ୧୩ ବର୍ଷୀୟା ନାବାଳିକାକୁ ଉଦ୍ଧାର କରିଥିଲା। ସେ କେବଳ ନିଜର ଡାକ ନାମକୁ ହିନ୍ଦୀ ଭାଷାରେ କହିବା ବ୍ୟତୀତ ଅନ୍ୟ କିଛି କହିପାରୁନଥିଲା। ତେଣୁ ଜିଆର୍‌ପି ଥାନା ପୁଲିସ ଏହି ନାବାଳିକାକୁ ଉଦ୍ଧାର କରି ଚାଇଲ୍ଡ ଲାଇନ ମାଧ୍ୟମରେ ଶିଶୁ କଲ୍ୟାଣ କମିଟି ନିକଟରେ ହାଜର କରାଇଥିଲା। ନାବାଳିକାକୁ ଓପନ୍‌ ସେଲ୍ଟରରେ ରଖିବା ପାଇଁ କମିଟି ନିର୍ଦ୍ଦେଶ ଦେଇଥିଲା।

ଅନ୍ୟପଟେ ଏହି ନାବାଳିକାର ଫଟୋକୁ ଜିଆର୍‌ପି ଥାନା ପୁଲିସ ସର୍ବଭାରତୀୟ ସ୍ତରର ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ପକାଇଥିଲା। ଫଳରେ ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରୁ ଜଣେ ନାବାଳିକା ନିଖୋଜ ହୋଇଯାଇଥିବା ଜଣାପଡ଼ିବା ପରେ ଦିଲ୍ଲୀ ପୁଲିସ ୫୭/୨୩ ନମ୍ବରରେ ଏକ ଅପହରଣ ମାମଲା ରୁଜୁ କରିଥିଲା। ପୁରୀ ଚାଇଲ୍ଡ ଲାଇନ୍‌ ଟିମ୍‌ ଦିଲ୍ଲୀର ଚାଇଲ୍ଡ ଲାଇନ୍‌ ଓ ଦିଲ୍ଲୀ ପୁଲିସ ସହ ଯୋଗାଯୋଗ କରିବା ସହ ଭିଡିଓ କଲିଂ କରିବାରୁ ତା’ର ପରିବାର ଲୋକେ ନାବାଳିକାକୁ ଚିହ୍ନଟ କରିଥିଲେ। ଏହାପରେ ଆଜି ଦିଲ୍ଲୀ ଚାଇଲ୍ଡ ଲାଇନ ଟିମ୍‌, ଦିଲ୍ଲୀ ପୁଲିସ ଓ ନାବାଳିକାର ପରିବାର ଲୋକେ ପୁରୀରେ ପହଞ୍ଚି ଏଠାରୁ ନାବାଳିକାକୁ ଫେରାଇ ନେବାପାଇଁ ଶିଶୁ କଲ୍ୟାଣ କମିଟି ନିକଟରେ ଆବେଦନ କରିଛନ୍ତି ବୋଲି ଜିଆର୍‌ପି ଥାନାଧିକାରୀ ସନ୍ତୋଷ ବାହିନୀପତି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe