ଦୁଇଟି ଷ୍ଟେସନରେ କୋଭିଡ କେୟାର କୋଚ ଯୋଗାଇଦେଇବାକୁ ରେଳ ମନ୍ତ୍ରାଳୟକୁ ଅନୁରୋଧ କଲେ ଦିଲ୍ଲୀ ସରକାର

Advertisment
ଦୁଇଟି ଷ୍ଟେସନରେ କୋଭିଡ କେୟାର କୋଚ ଯୋଗାଇଦେଇବାକୁ ରେଳ ମନ୍ତ୍ରାଳୟକୁ ଅନୁରୋଧ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ଶଯ୍ୟା ଅଭାବ ଭଳି ପରିସ୍ଥିତି ଦେଖାଦେଇଛି | ଆଉ ଦିଲ୍ଲୀରେ ମଧ୍ୟ କୋଭିଡ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ଏବେ ଅନେକ ମେଡିକାଲରେ ବେଡ ନାହିଁ। ଏଭଳି ସ୍ଥିତିରେ ଦିଲ୍ଲୀ ସରକାର ରେଳ ମନ୍ତ୍ରାଳୟକୁ ଦୁଇଟି ଷ୍ଟେସନରେ କୋଭିଡ କୋଚ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି | ଦିଲ୍ଲୀରେ ପଜିଟିଭଙ୍କ ସଂଖ୍ୟା ବଢ଼ିଥିବାବେଳେ ସାକୁର ବସ୍ତି ଓ ଆନନ୍ଦ ବିହାର ଷ୍ଟେସନରେ ୫ ହଜାର ଶଯ୍ୟା ବିଶିଷ୍ଟ କୋଭିଡ କେୟାର କୋଚ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି | ଆଜି ଦିଲ୍ଲୀ ମୁଖ୍ୟ ଶାସନ ସଚିବ ବିଜୟ କୁମାର ଦେବ, ରେଳ ବୋର୍ଡ ଚେୟାରମ୍ୟାନ ସୁନିତ ଶର୍ମାଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ ସାକୁର ବସ୍ତି ଷ୍ଟେସନ ଓ ଆନନ୍ଦ ବିହାର ଷ୍ଟେସନରେ ସମସ୍ତ ମେଡିକାଲ ଉପକରଣ ସହ ପାରା ମେଡିକାଲ ଷ୍ଟାଫ ସୁବିଧା ଥିବା କୋଭିଡ କେୟାର କୋଚର ବ୍ୟବସ୍ଥା କରାଯାଉ |

ଅନ୍ୟପଟେ ରେଳ ମନ୍ତ୍ରାଳୟ ୪ ହଜାରରୁ ଅଧିକ କୋଭିଡ କୋଚ ପ୍ରସ୍ତୁତ କରିଛି। ରାଜ୍ୟ ସରକାର କୋଚରେ ଚିକିତ୍ସା ସୁବିଧା ଯୋଗାଇବା କାର୍ଯ୍ୟ କରିବେ। କୋଚରେ କମ୍ବଳ, ଜଳ, ବିଦ୍ୟୁତ୍ ଏବଂ ଶୌଚାଳୟ ଭଳି ମୌଳିକ ସୁବିଧା ରେଳବାଇ ଯୋଗାଇଦେବ ।

ଦେଶରେ ସଂକ୍ରମଣ ବୃଦ୍ଧି ଏବଂ ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଅଭାବରୁ ଟ୍ରେନରେ ନିର୍ମିତ ଆଇସୋଲେସନ କୋଚର ଆବଶ୍ୟକତା ପୂରଣ କରିବାକୁ ଭାରତୀୟ ରେଳବାଇ ଏହାର କୋଚକୁ କୋଭିଡ କେୟାର କୋଚରେ ପରିବର୍ତ୍ତନ କରିଛି। ରେଳବାଇର ୧୬ ଟି ଜୋନରେ ୪,୦୦୨ ଆଇସୋଲେସନ କୋଚ୍ ଉପଲବ୍ଧ କରାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe