ଦିଲ୍ଲୀରେ କାଲିଠାରୁ ୪୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ଘରୋଇ ମଦ ଦୋକନ; ନୂଆ ଅବକାରୀ ନୀତି ଲାଗୁ କରିବେ ଆପ୍‌ ସରକାର

୧୮ ତାରିଖରୁ ପୁରୀର ସବୁ ମଦଦୋକାନ ବନ୍ଦ

TimesNow

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବିଦେଶୀ ମଦ ଓ ବିଅର ସେବନ କରୁଥିବା ଲୋକମାନେ ଆସନ୍ତାକାଲି ଠାରୁ ଅସୁବିଧାରେ ପଡିପାରନ୍ତି। କେଜ୍ରିୱାଲଙ୍କ ଆପ୍‌ ସରକାରଙ୍କ ଆସନ୍ତାକାଲି (ଅକ୍ଟୋବର ୧)ରୁ ନୂତନ ଅବକାରୀ ନୀତି ଲାଗୁ କରିବାକୁ ଲାଗୁ କରିବାକୁ ଯାଉଥିବା ବେଳେ ଆସନ୍ତାକାଲି ଠାରୁ ୪୫ ଦିନ ପାଇଁ ଦିଲ୍ଲୀର ଘରୋଇ ମଦ ଦୋକାନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ଘରୋଇ ମଦ ଦୋକାନ ଦୋକାନଗୁଡିକ ନଭେମ୍ବର ୧୭ ତାରିଖରେ ଖୋଲିବ ବୋଲି କୁହାଯାଇଛି।

କେଜ୍ରିୱାଲ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅକ୍ଟୋବର ପହିଲାରୁ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଘରୋଇ ମଦ ଦୋକାନଗୁଡିକ ବନ୍ଦ ରହିବ। ଏହାର କାରଣ ଦର୍ଶାଇ ସରକାର କହିଛନ୍ତି କି ଏହି ସମୟ ମଧ୍ୟରେ ସୂଚାରୁରୂପେ ନୂଆ ଅବକାରୀ ଆଇନ ଲାଗୁ କରାଯାଇ ପାରିବ। ସରକାରଙ୍କ ଏଭଳି ନିର୍ଦ୍ଦେଶ ପରେ ଘରୋଇ ମଦଦୋକାନୀମାନେ ଏବେ ନୂଆ ଷ୍ଟକ ଅର୍ଡର ଦେବା ବନ୍ଦ କରିଦେଇଛନ୍ତି।
ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ଭିତରେ କଣ ଆଇନ ରହିଛି; ଏହାକୁ ଲାଗୁ କରାଗଲେ ସରକାରଙ୍କୁ କଣ ଫାଇଦା ହେବ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ଦୀର୍ଘ ଦେଢମାସ ଦିଲ୍ଲୀରେ ଘରୋଇ ମଦ ଦୋକାନ ବନ୍ଦ ରହିଲେ ରାଜ୍ୟରେ ରାଜସ୍ୱ କ୍ଷତି ହେବାର ଅନେକ ସମ୍ଭାବନା ଦେଖା ଦେଇଛି। ଏହାକୁ ନେଇ ଘରୋଇ ମଦଦୋକାନ ମାଲିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe