ନୂଆଦିଲ୍ଲୀ : ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦିଲ୍ଲୀ ସରକାରଙ୍କ ବିଭାଗୀୟ ମୁଖ୍ୟ ଅଧିକାରୀମାନଙ୍କ ଏକ ବୈଠକ ଡାକି ୨୦୧୬ ମସିହାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବିଚାର ପାଇଁ ପଡ଼ି ରହିଥିବା ଫାଇଲ ସମେତ ଅନ୍ୟାନ୍ୟ ଫାଇଲ୍ ଉପରେ ନିଷ୍ପତ୍ତି ନେବାକୁ ସେ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଯୁକ୍ତି ପାଇବାର ଦୁଇ ମାସ ମଧ୍ୟରେ ସାକ୍ସେନା ୨୧ ଜଣ ଅଧିକାରୀ ଓ ଜଣେ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଅଧିକାରୀଙ୍କ ମଧ୍ୟରେ ଏସ୍ଡିଏମ୍, ଏଡିଏମ୍ ଏବଂ ଦିଲ୍ଲୀ ମହାନଗର ନିଗମର ଅଧିକାରୀମାନେ ଅଛନ୍ତି।
ଦୁର୍ନୀତି ବିରୋଧରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କଠୋର ଆଭିମୁଖ୍ୟ
Advertisment
Follow Us