ଦିଲ୍ଲୀ ସରକାର-କେନ୍ଦ୍ର ପୁଣି ମୁହାଁମୁହିଁ : ୭ ପରାମର୍ଶଦାତାଙ୍କ ନିଯୁକ୍ତି ରଦ୍ଦ

Advertisment
ଦିଲ୍ଲୀ ସରକାର-କେନ୍ଦ୍ର ପୁଣି ମୁହାଁମୁହିଁ : ୭ ପରାମର୍ଶଦାତାଙ୍କ ନିଯୁକ୍ତି ରଦ୍ଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦ୍‌ମି ପାର୍ଟି (ଆପ୍‌) ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ୯ ଜଣ ପରାମର୍ଶଦାତାଙ୍କୁ ଉପରାଜ୍ୟପାଳ ଆଜି ହଟାଇ ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତିକୁ ଉପରାଜ୍ୟପାଳ ରଦ୍ଦ କରିବା ପରେ ଏହାକୁ ନେଇ ଦିଲ୍ଲୀ ରାଜନୀତି ପୁଣି ସରଗରମ ହୋଇଉଠିଛି। ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଆପ୍‌୍‌ କଡ଼ା ବିରୋଧ କରିଥିବା ବେଳେ ଏହାକୁ ନେଇ ଦିଲ୍ଲୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବ ବୋଲି କୁହାଯାଉଛି। କେନ୍ଦ୍ର ସରକାରଙ୍କ ନିିଷ୍ପତ୍ତିକୁ ବେଆଇନ ଦର୍ଶାଇ ଆପ୍‌ ନେତାମାନେ କେତେକ ପ୍ରମାଣ ଉପସ୍ଥାପନ କରିଛନ୍ତି। ଯେଉଁ ୯ ଜଣ ପରାମର୍ଶଦାତାଙ୍କୁ ଆଜି ହଟାଇ ଦିଆଯାଇଛି ସେମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ପରାମର୍ଶଦାତା ମଧ୍ୟ ସାମିଲ ଅଛନ୍ତି। ପରାମର୍ଶଦାତାଙ୍କୁ ହଟାଇବା ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଏହି ନିଯୁକ୍ତି ଦିଆଗଲା ବେଳେ ନିର୍ଦ୍ଧାରିତ ନିୟମ କାନୁନ ପ୍ରତି ଆଦୌ ଧ୍ୟାନ ଦିଆଯାଇ ନଥିଲା କିମ୍ବା ଉପରାଜ୍ୟପାଳଙ୍କ ଅନୁମତି ନିଆଯାଇ ନଥିଲା। ହଟାଯାଇଥିବା ପରାମର୍ଶଦାତାଙ୍କ ମଧ୍ୟରେ ଆପ୍‌ ପ୍ରବକ୍ତା ରାଘବ ଚଡ୍ଡାଙ୍କ ନାମ ମଧ୍ୟ ସାମିଲ ଅଛି। ସେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe