ଦିଲ୍ଲୀରେ ମହିଳାମାନଙ୍କୁ ରାତି ଡିୟୁଟିର ଅନୁମତି ଦେବା ପାଇଁ ଜାରି ହେଲା ନିର୍ଦ୍ଦେଶ

ଦିଲ୍ଲୀ ସରକାର ମହିଳାକର୍ମଚାରୀମାନଙ୍କୁ ରାତି ସିଫ୍ଟରେ କାମ କରିବାକୁ ଅନୁମତି ଦେବା ପାଇଁ ଶ୍ରମ ବିଭାଗକୁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। 

6e26df7a-7e29-46dd-b621-b64dfc09f4a9

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ମହିଳାକର୍ମଚାରୀମାନଙ୍କୁ ରାତି ସିଫ୍ଟରେ କାମ କରିବାକୁ ଅନୁମତି ଦେବା ପାଇଁ ଶ୍ରମ ବିଭାଗକୁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। 

ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ସମ୍ମତି ଆଧାରରେ ରାତି ସିଫ୍ଟରେ କାମ କରିବାକୁ ଅନୁମତି ଦେବା ପାଇଁ ଶ୍ରମ ବିଭାଗକୁ ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିସହିତ ଦିଲ୍ଲୀ ଦୋକାନ ଏବଂ ପ୍ରତିଷ୍ଠାନ ଆଇନରେ ସଂଶୋଧନ କରି ଏବଂ କାରଖାନା ଆଇନ ଅନୁଯାୟୀ ଉପଯୁକ୍ତ ବିଜ୍ଞପ୍ତି ଜାରି କରି ସମସ୍ତ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କେବଳ ଏତିିକ ନୁହେଁ,  ମହିଳା କର୍ମଚାରୀଙ୍କ ରାତି ଡ୍ୟୁଟି ସମ୍ବନ୍ଧୀୟ ସରକାରୀ ପ୍ରକ୍ରିୟାଗୁଡ଼ିକୁ ମଧ୍ୟ ପୁନଃ କାର୍ଯ୍ୟ କରିବା ପାଇଁ ଅନେକ ନିର୍ଦ୍ଦେଶ ଜାରି କରାଯାଇଛି। ଦିଲ୍ଲୀ ଦୋକାନ ଏବଂ ପ୍ରତିଷ୍ଠାନ ଆଇନର ଉପଯୋଗିତା ପାଇଁ ଶ୍ରମ ବିଭାଗକୁ ସର୍ବନିମ୍ନ କର୍ମଚାରୀ ସଂଖ୍ୟା ଏକରୁ ୧୦କୁ ବୃଦ୍ଧି କରିବାକୁ ମଧ୍ୟ କୁହାଯାଇଛି। ଏହାସହିତ ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକୁ ସପ୍ତାହ ସାରା ୨୪ ଘଣ୍ଟା କାମ କରିବାକୁ ଅନୁମତି ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe