ଦିଲ୍ଲୀ ସରକାରଙ୍କୁ ଦାୟୀ କଲେ ନିର୍ଭୟାଙ୍କ ମା’

Advertisment
ଦିଲ୍ଲୀ ସରକାରଙ୍କୁ ଦାୟୀ କଲେ ନିର୍ଭୟାଙ୍କ ମା’

Times of India

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ‌ଜଣ ଦୋଷୀଙ୍କ ଫାଶୀ ଉପରେ ରହିତାଦେଶ ଲାଗିବା ଯୋଗୁଁ ଉଦ୍‌ବେଗ ପ୍ରକାଶ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ । ସେ ଏହାକୁ ଆଇନର ଦୁରୁପଯୋଗ ବୋଲି କହିଛନ୍ତି ଏବଂ ଏଥିସହ ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ରେ ହିଁ ଫାଶୀ ଦେବାକୁ ଦାବି କରିଛନ୍ତି। ନିର୍ଭୟାଙ୍କ ମା’ କହିଛନ୍ତି, ଦିଲ୍ଲୀ ସରକାର ଏବଂ ଜେଲ୍‌ କର୍ତ୍ତୃପକ୍ଷଙ୍କ ଦ୍ବାରା ମାମଲାରେ ଅଯଥା ବିଳମ୍ବ କରାଯାଇଛି। ଦୋଷୀମାନେ କାହିଁକି ଏଥିଯୋଗୁଁ ଫାଇଦା ପାଉଛନ୍ତି ଏବଂ ସେ କାହିଁକି ଏଥିପାଇଁ ଦଣ୍ଡିତ ହେବେ ବୋଲି ପ୍ରଶ୍ନ କରିଛନ୍ତି। ଆଶା ଦେବୀ କହିଛନ୍ତି, ଦୀର୍ଘ ୭ ବର୍ଷ ହେବ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି ଏବଂ ‌ଦୀର୍ଘ ୭ ବର୍ଷ ଧରି ସେ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe