India Today
ନୂଆଦିଲ୍ଲୀ: ସଂପ୍ରତି ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବା କୋଭିଡ୍-୧୯ର ତୃତୀୟ ଲହର କାୟାବିସ୍ତାର କରିବାକୁ ଆରମ୍ଭ କରିଛି। ଫଳରେ ଦିଲ୍ଲୀରେ ପ୍ରତ୍ୟେକ ଦିନ ନୂତନ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି। ଏବଂ ଆସନ୍ତା ମାସରେ ଥଣ୍ଡା ବଢ଼ିବା ସହ କରୋନାର ପ୍ରକୋପ ଆହୁରି ଅଧିକ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଉଛି। ଏପରିସ୍ଥିତିକୁ ଦୃଷ୍ଟିରେ ରଖି ବଢ଼ୁଥିବା କୋଭିଡ-୧୯ ମାମଲାର ମୁକାବିଲା ପାଇଁ ଦିଲ୍ଲୀ ସରକାର ବିବାହ ଉତ୍ସବରେ ଅତିଥି ସଂଖ୍ୟା ହ୍ରାସ ସହ ବଜାର ସିଲ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଦିଲ୍ଲୀ ସରକାର ବିବାହ ସମାରୋହରେ ଏକାଠି ହେବାକୁ ଅନୁମତି ପାଇଥିବା ଲୋକଙ୍କ ସଂଖ୍ୟାକୁ ୫୦କୁ କମାଇବା ଏବଂ ରାଜଧାନୀରେ କୋଭିଡ-୧୯ ବଢ଼ିିବା ପରେ ଯେଉଁଠାରେ କୋଭିଡ୍ ନିୟମାବଳୀର ଉଲ୍ଲଂଘନ ହେଉଛି ସେହି ବଜାରକୁ ସିଲ୍ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ବଢ଼ୁଥିବା କୋଭିଡ-୧୯ ମାମଲା ମଧ୍ୟରେ ଦିଲ୍ଲୀରେ ଆୟୋଜିତ ହେଉଥିବା ବିବାହ ସମାରୋହରେ ୨୦୦ ଜଣଙ୍କ ପରିବର୍ତ୍ତେ ଏହି ସଂଖ୍ୟାକୁ ୫୦ରେ ସୀମିତ ରଖିବା ପାଇଁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ନିଆଯାଇଛି।
The Hinduକିଛି ସପ୍ତାହ ପୂର୍ବରୁ ଯେତେବେଳେ ଦିଲ୍ଲୀରେ କରୋନା ସ୍ଥିତିରେ ସୁଧାର ଆସିଥିଲା, ସେତେବେଳେ କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ବିବାହ ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କ ସଂଖ୍ୟା ୨୦୦କୁ ବୃଦ୍ଧି କରା ଯାଇଥିଲା। ବର୍ତ୍ତମାନ ଏହାକୁ ପ୍ରତ୍ୟାହାର କରି ନିଆଯାଇଛି ଏବଂ କେବଳ ୫୦ ଜଣଙ୍କୁ ଅନୁମତି ଦିଆଯିବ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି କୋଭିଡ ସୁରକ୍ଷା ନିୟମର ବ୍ୟାପକ ଉଲ୍ଲଂଘନ ହୁଏ ତେବେ ଦିଲ୍ଲୀ ସରକାର ବଜାରଗୁଡ଼ିକୁ ମଧ୍ୟ ସିଲ କରିବାକୁ ପ୍ରସ୍ତାବ ପଠାଇବେ।
/sambad/media/post_attachments/wp-content/uploads/2020/11/Delhi2.jpg)
ଯେହେତୁ ଦିଲ୍ଲୀରେ କୋଭିଡ୍ ମାମଲା ବଢ଼ୁୁଛି, ତେଣୁ ଆମେ କେନ୍ଦ୍ର ସରକାରଙ୍କୁ ଏକ ସାଧାରଣ ପ୍ରସ୍ତାବ ପଠାଉଛୁ, ଯଦି ଆବଶ୍ୟକ ହୁଏ ତେବେ ଦିଲ୍ଲୀ ସରକାର ସେହି ବଜାରଗୁଡିକୁ କିଛି ଦିନ ପାଇଁ ବନ୍ଦ କରି ପାରିବେ, ଯେଉଁଠାରେ ଆଦର୍ଶ ପାଳନ କରାଯାଉ ନାହିଁ ଏବଂ ସେମାନେ ସ୍ଥାନୀୟ କୋଭିଡ-୧୯ ହଟସ୍ପଟରେ ପରିଣତ ହେଉଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ସଂପ୍ରତି ଦିଲ୍ଲୀରେ ପ୍ରତ୍ୟେକ ଦିନ ନୂତନ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି। ଏବଂ ଆସନ୍ତା ମାସରେ ଥଣ୍ଡା ବଢ଼ିବା ସହ କରୋନାର ପ୍ରକୋପ ଆହୁରି ଅଧିକ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଉଛି। ଏପରିସ୍ଥିତିରେ ଲୋକମାନେ ସତର୍କତା ଅବଲମ୍ବନ ନକରିବା ପର୍ଯ୍ୟନ୍ତ ଏହା ନିୟନ୍ତ୍ରିତ ହୋଇପାରିବ ନାହିଁ। ମୁଁ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି ଏବଂ ସମସ୍ତେ ସାମାଜିକ ଦୂରତାକୁ ଅନୁସରଣ କରନ୍ତୁ ବୋଲି ସେ କହିଛନ୍ତି।
Follow Us