ନୂଆଦିଲ୍ଲୀ: ଦିଲ୍ଲୀରେ କମିଲା ଆରଟି-ପିସିଆର ପରୀକ୍ଷାର ଦାମ। ଆଗରୁ ଘରୋଇ ଲାବୋରେଟୋରୀମାନେ ଆରଟି-ପିସିଆର ପରୀକ୍ଷା ପାଇଁ ୨,୪୦୦ଟଙ୍କା ନେଉଥିବା ବେଳେ ଏବେ ଏହାକୁ କମାଇ ୮୦୦ଟଙ୍କା କରିବାକୁ ସବୁ ଘରୋଇ ଲାବୋରେଟୋରୀକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ,ସରକାରୀ ଦଳ ଦ୍ବାରା ସଂଗ୍ରହ କରାଯାଇଥିବା ନମୁନା ପରୀକ୍ଷା ପାଇଁ ଘରୋଇ ଲାବୋରେଟୋରୀଗୁଡିକ ୮୦୦ଟଙ୍କା ନେବାକୁ କୁହାଯାଇଛି। ତେବେ, ଘରକୁ ଯାଇ ସଂଗ୍ରହ କରାଯାଉଥିବା ନମୁନାଗୁଡିକର ପରୀକ୍ଷା ପାଇଁ ୧,୨୦୦ ଟଙ୍କା ଦେବାକୁ ହେବ | ସମସ୍ତ ଲ୍ୟାବ ଏବଂ ଡାକ୍ତରଖାନାଗୁଡ଼ିକୁ ୨୪ଘଣ୍ଟା ମଧ୍ୟରେ ଏକ ପ୍ରମୁଖ ସ୍ଥାନରେ ସଂଶୋଧିତ ହାର ପ୍ରଦର୍ଶନ କରିବାକୁ କୁହାଯାଇଛି |
timesnownewsଦିଲ୍ଲୀରେ ଏବେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ଏହି ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର। ଏହା ଦ୍ବାରା ଲୋକେ କମ ଖର୍ଚ୍ଚରେ ନିଜର କରୋନା ପରୀକ୍ଷା କରାଇ ପାରିବେ। ଘରୋଇ ଲ୍ୟାବରେ ନିଜର କରୋନା ପରୀକ୍ଷା କରାଉଥିବା ଲୋକେ ଏହି ସୁବିଧା ଦ୍ବାରା ଲାଭବାନ ହେବେ।
Follow Us