ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କର କରୋନା ରିପୋର୍ଟ ଯାଞ୍ଚ କରୁନଥିବାରୁ ୪ଟି ଏୟାରଲାଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଦିଲ୍ଲୀ ସରକାର

Advertisment
ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କର କରୋନା ରିପୋର୍ଟ ଯାଞ୍ଚ କରୁନଥିବାରୁ ୪ଟି ଏୟାରଲାଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଦିଲ୍ଲୀ ସରକାର

indiatoday

ନୂଆଦିଲ୍ଲୀ: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦିଲ୍ଲୀ ସରକାର ମହାରାଷ୍ଟ୍ରରୁ ଦିଲ୍ଲୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରିଥିଲେ। ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବାରୁ ସେଠାରୁ ଆସୁଥିବା ଯାତ୍ରୀଙ୍କର ନେଗେଟିଭ ଆରଟି-ପିସିଆର ରିପୋର୍ଟ ଯାଞ୍ଚ କରିବାକୁ ସବୁ ଏୟାରଲାଇନକୁ କହିଥିଲେ ଦିଲ୍ଲୀ ସରକାର।

କିନ୍ତୁ ଏବେ ନିର୍ଦ୍ଦେଶ ପାଳନ କରିନଥିବା ୪ଟି ଏୟାରଲାଇନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର। ମହାରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କର କରୋନା ରିପୋର୍ଟ ଯାଞ୍ଚ କରୁନଥିବାରୁ ଦିଲ୍ଲୀ ସରକାର ଇଣ୍ଡିଗୋ, ଭିସ୍ତାରା, ସ୍ପାଇସଜେଟ୍ ଏବଂ ଏୟାର ଏସିଆ ବିରୋଧରେ ଏତଲା ରୁଜୁ କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ଆଇନ (ଡିଡିଏମଏ), ୨୦୦୫ଅନୁଯାୟୀ ଏହି ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି।

ଏପ୍ରିଲ୍ ୧୦ରେ, ଜାତୀୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ଦିଲ୍ଲୀ ସରକାର ଘୋଷଣା କରିଥିଲେ ଯେ, ମହାରାଷ୍ଟ୍ରରୁ ଦିଲ୍ଲୀ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ଆସିବାର ୭୨ଘଣ୍ଟା ପୂର୍ବର ଏକ ନେଗେଟିଭ ଆରଟି-ପିସିଆର ରିପୋର୍ଟ ବହନ କରିବା ବାଧ୍ୟତାମୂଳକ ହେବ। ନେଗେଟିଭ ରିପୋର୍ଟ ନଥିଲେ ଯାତ୍ରୀମାନଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରଖାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe