ଦିଲ୍ଲୀର କେଜ୍ରିଓ୍ଵାଲଙ୍କ ସରକାର ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବେ

Advertisment
ଜେଲ୍‌ରୁ ବାହାରିବା ପରେ ପତ୍ନୀଙ୍କ ସହ ହନୁମାନ ମନ୍ଦିର ପରିଦର୍ଶନ କଲେ କେଜ୍ରିୱାଲ୍‌

Image Courtsy: The Indian Express

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ ଦିଲ୍ଲୀ ବଜେଟର ଅଗ୍ରଗତିର ସମୀକ୍ଷା କରିବା ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ଯୋଗାଇବା ପାଇଁ ପ୍ରସ୍ତୁତ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ଵିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି।

ଆମ୍‌ ଆଦମୀ ପାର୍ଟି (ଆପ୍‌) ସରକାର ଗତ ମାସରେ ଦିଲ୍ଲୀ ବିଧାନସଭାରେ ଏହାର ବଜେଟ୍‌ ଉପସ୍ଥାପନ କରିଥିଲେ ଏବଂ ଏହାର ନାମ ’ରୋଜଗର ବଜେଟ୍‌’ ରଖିଥିଲେ। କାରଣ ଏହା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛି। ଆଜି ରୋଜଗାର ବଜେଟର ସମୀକ୍ଷା ସମୟରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ କହିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ଜଳ ସମ୍ପର୍କରେ ଆଜି ସମଗ୍ର ଦେଶ ଯେପରି ଦିଲ୍ଲୀ ଆଡକୁ ଚାହିଁଛି; ସେହିଭଳି ଆମେ ନିଯୁକ୍ତିର ସମାଧାନ ମଧ୍ୟ ଦେବୁ।

ଅନ୍ୟପକ୍ଷରେ ଦିଲ୍ଲୀ ପ୍ରଶାସନର ଅଧିକାରୀମାନେ କହିଛନ୍ତି ଯେ ବୈଠକରେ ପ୍ରତ୍ୟେକ ବିଭାଗର ଲକ୍ଷ୍ୟ ଏବଂ ସମୟସୀମା ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବାକୁ ସ୍ଥିର ହୋଇଛି।

ଦିଲ୍ଲୀ ବଜେଟରେ ଆମେ ଆସନ୍ତା ୫ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଦେଶରେ ପ୍ରଥମ ଥର ପାଇଁ ଏପରି କାର୍ଯ୍ୟ କରାଯାଉଛି। ଆଜି ସମସ୍ତ ବିଭାଗର ସମୀକ୍ଷା ବୈଠକ କରିଛି। ପ୍ରତ୍ୟେକ ବିଭାଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଏବଂ ସମୟସୀମା ସ୍ଥିର କରାଯାଇଛି। ସମସ୍ତ କାର୍ଯ୍ୟରେ ଆମେ ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଶ୍ଚିତ ଭାବରେ ଆମର ଲକ୍ଷ୍ୟ ହାସଲ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe