ଟିକା ସରିଯିବାରୁ ୧୮ବର୍ଷରୁ ଉର୍ଧ୍ଵ ବୟସ୍କଙ୍କ ପାଇଁ ଟିକାକରଣ ବନ୍ଦ କଲେ ଦିଲ୍ଲୀ ସରକାର

Advertisment
ଟିକା ସରିଯିବାରୁ ୧୮ବର୍ଷରୁ ଉର୍ଧ୍ଵ ବୟସ୍କଙ୍କ ପାଇଁ ଟିକାକରଣ ବନ୍ଦ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଟିକାକରଣ ରୋକିଲା ଦିଲ୍ଲୀ | ଟିକା ସରିଯିବାରୁ ୧୮ବର୍ଷରୁ ଉର୍ଧ୍ଵ ବୟସ୍କଙ୍କ ପାଇଁ ଟିକାକରଣ ରୋକିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ | ଆଜିଠାରୁ ଟିକାକରଣ ବନ୍ଦ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି |

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶନିବାର ଅପରାହ୍ନରେ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି, “ଆଜି ଦିଲ୍ଲୀରେ ୧୮+ ବର୍ଗ ପାଇଁ ଟିକାକରଣ ବନ୍ଦ ହୋଇଯାଇଛି। ଏହି ବର୍ଗ ପାଇଁ ଥିବା ଟିକାର ଷ୍ଟକ୍ ଏବେ ଶେଷ ହୋଇଛି | ଏହି କାରଣରୁ ସେମାନଙ୍କୁ ଟିକା ଦିଆଯାଉଥିବା ଟିକାକରଣ କେନ୍ଦ୍ରକୁ ବନ୍ଦ କରାଯାଇଛି। କେତେକ କେନ୍ଦ୍ରରେ କେବଳ କିଛି ଟିକା ଉପଲବ୍ଧ ଅଛି ଯାହା ଆଜି ଦିଆଯିବ। ଦିଲ୍ଲୀର ସମଗ୍ର ଜନସଂଖ୍ୟାକୁ ଟିକା ଦେବା ପାଇଁ ଦିଲ୍ଲୀକୁ ୮୦ ଲକ୍ଷ ଡୋଜ୍ କୋଭିଡ୍ ଟିକା ଆବଶ୍ୟକ ଏବଂ ରାଜ୍ୟକୁ ଟିକା ଯୋଗାଣ ପାଇଁ କେନ୍ଦ୍ର ତୁରନ୍ତ ବିଦେଶରୁ ଟିକା କିଣିବା ଆବଶ୍ୟକ | ଅନେକ ଦେଶ ଆବଶ୍ୟକତାଠାରୁ ଅଧିକ ଟିକା ସଂରକ୍ଷିତ କରି ରଖିଛନ୍ତି ଏବଂ ସେହି ଟିକାଗୁଡ଼ିକୁ ଭାରତକୁ ହସ୍ତାନ୍ତର କରିବାକୁ କେନ୍ଦ୍ର ସେମାନଙ୍କୁ ଅନୁରୋଧ କରିବା ଉଚିତ୍ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି।

Delhi vaccination for 18+ indiatoday.in

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦେଶୀ କମ୍ପାନିମାନଙ୍କୁ ଭାରତରେ ଟିକା ଉତ୍ପାଦନ କରିବାକୁ ଅନୁମତି ଦିଆଯିବା ଉଚିତ | ଭାରତ ବାୟୋଟେକ ନିଜର କୋଭାକ୍ସିନ ଟିକା ତିଆରି ଫର୍ମୁଲା ଅନ୍ୟ କମ୍ପାନି ସହ ସେୟାର କରିବାକୁ ରାଜିଥିବା ବେଳେ କେନ୍ଦ୍ର ଅନ୍ୟାନ୍ୟ କମ୍ପାନିମାନଙ୍କୁ ଟିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe