ଜଷ୍ଟିସ୍ ବର୍ମାଙ୍କ ଘର ପଛ ଅଳିଆଗଦାରୁ ମିଳିଥିଲା ପୋଡ଼ା ନୋଟ୍

ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ପରିମାଣରେ ଟଙ୍କା ମିଳିବା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ନୂଆ ସୂଚନା ଅନୁସାରେ ବିଚାରପତିଙ୍କ ଘର ନିକଟରେ ଥିବା ଅଳିଆଗଦାରୁ ବିପୁଳ ପରିମାଣର ପୋଡ଼ା ନୋଟ ଦେଖିବାକୁ ମିଳିଥିଲା ।

justice

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଘରୁ ବିପୁଳ ପରିମାଣରେ ଟଙ୍କା ମିଳିବା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ନୂଆ ସୂଚନା ଅନୁସାରେ ବିଚାରପତିଙ୍କ ଘର ନିକଟରେ ଥିବା ଅଳିଆଗଦାରୁ ବିପୁଳ ପରିମାଣର ପୋଡ଼ା ନୋଟ ଦେଖିବାକୁ ମିଳିଥିଲା ।

ଖୋଦ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖନ୍ନାଙ୍କୁ ପଠାଇଥିବା ରିପୋର୍ଟରେ ଏ ନେଇ ଉଲ୍ଲେଖ ରହିଛି । ଦିଲ୍ଲୀ ପୁଲିସ ଓ ଦିଲ୍ଲୀ ହାଇକୋର୍ଟ ରିପୋର୍ଟରୁ ମିଳିଥିବା ତଥ୍ୟ, ଫଟୋ ଓ ଭିଡିଓଗୁଡ଼ିକୁ ନିଜ ଓ୍ବେବସାଇଟରେ ଅପଲୋ଼ଡ୍ କରିଛନ୍ତି । ଏଥିରେ ଅଳିଆ ଗଦାରେ ପଡ଼ିଥିବା ପୋଡ଼ା ନୋଟଗୁଡିକର ଫଟୋ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ଏସବୁ ରିପୋର୍ଟ ମିଳିବା ପରେ ଜଷ୍ଟିସ  ବର୍ମାଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ଏହି ଅର୍ଥର ଉତ୍ସ ଓ କିଏ ଏସବୁ ଅଧାପୋଡ଼ା ନୋଟକୁ ଅଳିଆଗଦାରେ ଫିଙ୍ଗିଥିଲା, ସେ ସଂପର୍କରେ ଜଣାଇବାକୁ ନୋଟିସରେ କୁହାଯାଇଛି । ଏହା ସହିତ ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ନିଜ ଫୋନର କୌଣସି ତଥ୍ୟ, କଲ୍ ଡିଟେଲ ଡିଲିଟ ନ କରିବାକୁ ଜଷ୍ଟିସ ବର୍ମାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe