ଶୁଣାଣି ସମୟରେ ମହିଳା ଜଷ୍ଟିସଙ୍କୁ ସାର୍ କହିଲେ ଓକିଲ, ମିଳିଲା ଏଭଳି ଜବାବ

Advertisment
ଶୁଣାଣି ସମୟରେ ମହିଳା ଜଷ୍ଟିସଙ୍କୁ ସାର୍ କହିଲେ ଓକିଲ, ମିଳିଲା ଏଭଳି ଜବାବ

ନୂଆଦିଲ୍ଲୀ: ଶୁଣାଣି ସମୟରେ ମହିଳା ଜଷ୍ଟିସଙ୍କୁ ସାର୍ କହିଲେ ଓକିଲ। ବାରମ୍ବାର ଏଭଳି କହୁଥିବା ଦେଖି ଶେଷରେ ଜବାବ ଦେଲେ ଜଷ୍ଟିସ ରେଖା ପଲ୍ଲୀ। ଗତକାଲି ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ ରେଖା ପଲ୍ଲୀଙ୍କୁ ମହକିଲଙ୍କ ପକ୍ଷ ରଖୁଥିବା ଓକିଲ 'ସାର୍' ବୋଲି କହି ସମ୍ବୋଧନ କରୁଥିଲେ। କିଛି ସମୟ ଏଭଳି ହେବାପରେ ଜଷ୍ଟିସ ରେଖା ଓକିଲଙ୍କୁ ସାର୍ ନକହିବାକୁ କହିଥିଲେ। ହେଲେ ଏହା ପରେ ଓକିଲଜଣକ ଯେଉଁ ବିବାଦୀୟ ଉତ୍ତର ଦେଇଥିଲେ, ଏହା ପାଇଁ ତାଙ୍କୁ ଜଷ୍ଟିସ ରେଖାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା।

ସୂଚନା ମୁତାବକ, ଓକିଲଜଣକ ସାର୍ କହିବା ପରେ ଜଷ୍ଟିସ ରେଖା ତାଙ୍କୁ କହିଥିଲେ ଯେ, ମୁଁ ସାର୍ ନୁହେଁ। ମୁଁ ଆଶା କରୁଛି ଆପଣ ଏହା ବୁଝିପାରିବେ। ଏହାର ଉତ୍ତରରେ ଓକିଲଜଣକ କହିଥିଲେ ଯେ, ମୁଁ ଦୁଃଖିତ। କ୍ଷମା କରିବେ, କିନ୍ତୁ ଆପଣ ବସିଥିବା ଚେୟାର ପାଇଁ ମୁଁ ବାରମ୍ବାର ସାର୍ କହିଦେଉଛି।

ଏଭଳି ଉତ୍ତରରେ ରାଗିଯାଇ ଜଷ୍ଟିସ ରେଖା କହିଥିଲେ ଯେ, ଯଦି ଆପଣ ଭାବୁଛନ୍ତି ଯେ ଚେୟାରଟି କେବଳ ସାରଙ୍କ ପାଇଁ ତା’ହେଲେ ଏହା ଆହୁରି ଦୁଃଖଦ କଥା। ଯଦି ଆପଣମାନେ ପୁରୁଷ-ମହିଳାଙ୍କୁ ସମାନ ନଭାବିବେ, ତେବେ ଭବିଷ୍ୟତ ପିଢ଼ି କ’ଣ ଶିଖିବେ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe