ବେଆଇନ୍‌ ଅର୍ଥ କାରବାର ମାମଲାରେ ରୋବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍‌ ଦେବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ

ବେଆଇନ୍‌ ଅର୍ଥ କାରବାର ମାମଲାରେ ରୋବର୍ଟ ଭଦ୍ରାଙ୍କୁ ଅନ୍ତରୀଣ ଜାମିନ୍‌ ଦେବାକୁ ମନା କରିଦେଲେ ଦିଲ୍ଲୀ ହାଇକୋର୍ଟ

Millennium Post

ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟ ସୋମବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ରୋବର୍ଟ ଭଦ୍ରା ଓ  ତାଙ୍କ ସହଯୋଗୀ ମନୋଜ ଅରୋରାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

ଜଷ୍ଟିସ୍‌ ହିମା କୋହଲି ଏବଂ ଜଷ୍ଟିସ୍‌ ବିନୋଦ ଗୋଏଲ୍‌ଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ କୋର୍ଟ କେନ୍ଦ୍ର ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ବେଆଇନ ଅର୍ଥ କାରବାର ଆଇନ୍‌ ଅଧୀନରେ ରୋବର୍ଟ ଭଦ୍ରା ଓ ମନୋଜ ଅରୋରାଙ୍କୁ ସେମାନଙ୍କ ଆବେଦନ ଉପରେ ଜବାବ ଦେବାକୁ କହିଛନ୍ତି।

ଏହାବ୍ୟତୀତ କୋର୍ଟ ଭଦ୍ରାଙ୍କୁ ତାଙ୍କର ପରବର୍ତ୍ତୀ ଶୁଣାଣି ମେ ୨ ତାରିଖରେ କରାଯିବ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ କାହିଁକି ତାଙ୍କ ଜାମିନ ଅବଧି ବଢ଼ାଯିବ ସେ  ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ମାର୍ଚ ୧୯ ତାରିଖରେ ଟ୍ରାଏଲ୍‌ କୋର୍ଟ ଭଦ୍ରାଙ୍କର ଜାମିନ ଆବେଦନ ଅବଧିକୁ ବର୍ଦ୍ଧିତ କରାଇ ମାର୍ଚ ୨୫ ଘୋଷଣା କରିଥିଲେ।

ବେଆଇନ ଅର୍ଥ କାରବାର ଅଭିଯୋଗରେ ଭଦ୍ରାଙ୍କୁ ଇଡି ଅନେକ ବାର ପ୍ରଶ୍ନ ପଚାରି ସାରିଛି। ପଚରାଉଚରା କରିବାରେ ସୁବିଧା ଲାଗି ପୂର୍ବରୁ ଇଡ଼ି କୋର୍ଟରେ ଭଦ୍ରାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିବାକୁ ଅନୁରୋଧ କରିଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe