ସୁଶାନ୍ତଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମ ଉପରେ ରୋକ ଲଗାଇବା ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ

ସୁଶାନ୍ତଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମ ଉପରେ ରୋକ ଲଗାଇବା ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ

Newsmobile

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି | ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ନ୍ୟାୟ: ଜଷ୍ଟିସ୍ ରିଲିଜ୍ ଉପରେ ରୋକ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ | ସୁଶାନ୍ତଙ୍କ ବାପା ଫିଲ୍ମ ଉପରେ ରୋକ ଲଗାଇବା ନେଇ ଆବେଦନ କରିଥିବା ବେଳେ ଆଜି ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଏପ୍ରିଲ୍ ମାସରେ, କୃଷ୍ଣ କିଶୋର ସିଂ ଅଭିନେତା ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ କୌଣସି ଚଳଚ୍ଚିତ୍ର, ପ୍ରକାଶନ, ବ୍ୟଙ୍ଗ ନକରିବା ପାଇଁ ନିର୍ଦେଶ ଦେବାକୁ ଅଦାଲତରେ ଆବେଦନ କରିଥିଲେ | ଆବେଦନରେ ସୁଶାନ୍ତଙ୍କୁ ନେଇ ନିର୍ମାଣ ହେଉଥିବା ସବୁ ପ୍ରୋଜେକ୍ଟ ଉପରେ ସେ ରୋକ ଲଗାଇବା ପାଇଁ କହିଥିବା ବେଳେ ଆଜି ଅଦାଲତ ଏଭଳି କରିବା ପାଇଁ ମନା କରିଦେଇଛନ୍ତି |

CBI begins probe into SSR case, forms several teams » National Chronicle National Chronicle

ଶୁଣାଣି ସମୟରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକଙ୍କ ପକ୍ଷରୁ ଥିବା ବରିଷ୍ଠ ଓକିଲ ଚାନ୍ଦର୍ ଲଲ୍ ଯୁକ୍ତି କରିଥିଲେ ଯେ, ସୁଶାନ୍ତଙ୍କୁ ନେଇ ଫିଲ୍ମ ନିର୍ମାଣ କରୁଥିବା ସବୁ ନିର୍ମାତାଙ୍କ ଉପରେ ଏଭଳି ରୋକ ଲଗାଇବା ବାକ୍ ସ୍ୱାଧୀନତାର ଅଧିକାରକୁ ବିରୋଧ କରୁଛି | ସୁଶାନ୍ତ ଜଣେ ଅଭିନେତା ଥିଲେ | ତାଙ୍କୁ ନେଇ ଫିଲ୍ମ କରିବାରେ କୌଣସି ଅସୁବିଧା ରହିବା କଥା ନୁହେଁ | କିଛି ସମୟ ଧରି ଦୁଇ ପକ୍ଷ ମଧ୍ୟରେ ଯୁକ୍ତି ଚାଲିବା ପରେ ଶେଷରେ ଦିଲ୍ଲୀ ହାଇକୋର୍ଟ ସୁଶାନ୍ତଙ୍କ ବାପାଙ୍କ ଆବେଦନକୁ ଖାରଜ କରିଥିବା ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe