ଜୁନ୍ ୯ ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍

Advertisment
ଜୁନ୍ ୯ ପର୍ଯ୍ୟନ୍ତ ଇଡି ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍

indiatoday

ନୂଆଦିଲ୍ଲୀ: ଗିରଫ ପରେ ଜୁନ୍ ୯ ପର୍ଯ୍ୟନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ଗଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍। ସୋମବାର ତାଙ୍କୁ  ଅର୍ଥ ହେରଫେର ମାମଲାରେ ଗିରଫ କରିଥିଲା ଇଡି। ଏହି ମାମଲାର ଉତ୍ସ ଏବଂ ଅର୍ଥର ସନ୍ଧାନ ପାଇଁ ଇଡି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ୧୪ଦିନ ହେପାଜତକୁ ନେବାକୁ ଆବେଦନ କରିଥିଲେ।

ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି।

ସତ୍ୟେନ୍ଦ୍ର ଜୈନଙ୍କ ଗିରଫକୁ ବିରୋଧ କରି ଏହି ମାମଲାକୁ ନକଲି ବୋଲି ‌କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌। ସେ କହିଛନ୍ତି ‘ଏହା ସଂପୂର୍ଣ୍ଣ ନକଲି ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଏପରି କରାଯାଇଛି। ଯଦି ଏ ଘଟଣା‌‌ରେ ଟିକେ ବି ସତ୍ୟତା ଥାଆନ୍ତା ତେବେ ମୁଁ ନିଜେ ହିଁ ସତ୍ୟେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ବ୍ୟକ୍ତିଗତ ଭାବେ ମାମଲାର ତଦନ୍ତ କରି ଜାଣିବାକୁ ପାଇଲି ଯେ ଏଥିରେ ଟିକେ ବି ସତ୍ୟତା ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe