India Today
ନୂଆଦିଲ୍ଲୀ: ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମନି ଲଣ୍ଡରିଂ ମାମଲାରେ ଗିରଫ କରିଛି। ୨୦୧୫-୧୬ରେ କୋଲକାତାର ଏକ କମ୍ପାନି ସହ ହାୱଲା କାରବାରରେ ସମ୍ପୃକ୍ତ ଥିବା ମାମଲାରେ ଇଡି ଆଜି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି। ଇଡି ସତ୍ୟେନ୍ଦ୍ର ଜୈନ ଏବଂ ତାଙ୍କ ପରିବାରର ୪.୮୧ କୋଟି ଟଙ୍କାର ସମ୍ପତ୍ତି ଜବତ କରିବାର ପ୍ରାୟ ୨ ମାସ ପରେ ତାଙ୍କୁ ଗିରଫ କରିଛି। ୨୦୧୮ରେ ସତ୍ୟେନ୍ଦ୍ର ଜୈନଙ୍କୁ ଏହି ମାମଲାରେ ଜେରା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚଳିତ ବର୍ଷ ଜାନୁଆରିରେ ରୢାଲି ସମୟରେ କହିଥିଲେ ଯେ ତାଙ୍କ ସହକର୍ମୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଗିରଫ କରିପାରେ। ପଂଜାବ ବିଧାନସଭା ନିର୍ବାଚନର କିଛି ଦିନ ପୂର୍ବରୁ କେଜ୍ରିୱାଲ୍ ଏହି ଟିପ୍ପଣୀ ଦେଇଥିଲେ।
Follow Us